ନେହେରୁ ପରିବାର ଉପରେ ଟିପ୍ପଣୀ: 8 ଦିନର ନ୍ୟାୟିକ ହେପାଜତରେ ପାୟଲ ରୋହତଗୀ
Khabar Odisha:National-news-Payal-Rohatgi-Sent-To-Eight-Day-Judicial-Custody-Over-Her-Comment-On-Jawaharlal-Nehru-Family
ନୂଆଦିଲ୍ଲୀ, ଡିସେମ୍ବର ୧୬ (ଖବର ଓଡ଼ିଶା):

ନେହେରୁ ପରିବାର ଉପରେ ବିବଦୀୟ ଟପ୍ପଣୀ କରିବା ପରେ ମଡେଲ ପାୟଲ ରୋହତଗୀଙ୍କ ଅସୁବିଧା ବଢିବାରେ ଲାଗିଛି ।  ରବିବାର ଦିନ ଗିରଫ ହେବା ପରେ ତାଙ୍କୁ ଏବେ 8 ଦିନର ନ୍ୟାୟିକ ହେପାଜତକୁ ପଠାଯାଇଛି । ପାୟଲଙ୍କୁ ରାଜସ୍ଥାନର ବୁନ୍ଦୀ କୋର୍ଟ ନ୍ୟାୟିକ ହେପାଜତକୁ ପଠାଇଛି । ଅଭିନେତ୍ରୀ ରୋହତଗୀଙ୍କୁ ରାଜସ୍ଥାନର ପୁଲିସ ରବିବାର ଦିନ ଗିରଫ କରିଥିଲା । ଗିରଫଦାରୀର ପୁଷ୍ଟି ତାଙ୍କ ଆଧିକାରୀକ ଟ୍ୱିଟର ଆକାଉଣ୍ଟରେ ହୋଇଥିଲା । 

ପାୟଲଙ୍କ ଟ୍ୱିଟରରେ ଲେଖାଯାଇଥିଲା ଯେ, "ମୋତେ ରାଜସ୍ଥାନ ପୁଲିସ ଗୁଗଲରେ ଥିବା ସୂଚନା ଆଧାରରେ ଭିଡିଓ କରିବା ନେଇ ଗିରଫ କରିଛି, ଅଭିବ୍ୟକ୍ତିର ସ୍ୱତନ୍ତ୍ରତା କେବଳ ଏକ ମଜାକ ଅଟେ" । ବୁନ୍ଦୀ ଏସପି ମମତା ଗୁପ୍ତା କହିଥିଲେ ଯେ ରାଜସ୍ଥାନ ପୁଲିସ ତାଙ୍କୁ ଫେସବୁକ ଏବଂ ଟ୍ୱିଟର ସହିତ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମିଳିଥିବା ଟିପ୍ପଣୀ ଉପରେ ପୋଷ୍ଟ କରିବା କାରଣରୁ ଅହମଦାବାଦରୁ ଗିରଫ କରାଯାଇଛି ଏବଂ ରାଜସ୍ଥାନର ବୁନ୍ଦୀ ଅଣାଯାଇଛି । 

ପୁଲିସ ଅଧିକାରୀ ସୂଚନା ଦେଇଥିଲେ ଯେ ରୋହତଗୀଙ୍କ ବିରୋଧରେ ପୁଲିସକୁ 2019 ମସିହା ଅକ୍ଟୋବର 10 ତାରିଖରେ ଅଭିଯୋଗ ମିଳିଥିଲା । କଂଗ୍ରେସକର୍ମୀ ଚର୍ମେଶ ଶର୍ମା ନିଜର ଅଭିଯୋଗରେ କହିଥିଲେ ଯେ ଅଭିନେତ୍ରୀ ଫେସବୁକ ଏବଂ ଟ୍ୱିଟର ମାଧ୍ୟମରେ ନେହରୁ ଏବଂ ତାଙ୍କ ପରିବାର ବିରୋଧରେ ବିବାଦାସ୍ପଦ ଭିଡିଓ କରି ପୋଷ୍ଟ କରିଛନ୍ତି । 

ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଏବେ ପାୟଲଙ୍କ ସ୍ୱାମୀ ପହଲୱାନ ସଂଗ୍ରାମ ସିଂହ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ମାମଲାରେ ସାହାଯ୍ୟ ପାଇଁ ଅପିଲ କରିଛନ୍ତି ।  

Subscribe

National International State Sports Entertainment