ପେଟ୍ରୋଲ-ଡିଜେଲ ଉପରେ କମ ହେବନି ଟ୍ୟାକ୍ସ, ହେବନି ଜିଏସଟି ପରିସରଭୁକ୍ତ-ଅର୍ଥମନ୍ତ୍ରୀ
Khabar Odisha:National-news-Finance-Minister-Nirmala-Sitharaman-Says-No-Proposal-To-Reduce-Tax-On-Petrol-And-Diesel
ନୂଆଦିଲ୍ଲୀ, ଡିସେମ୍ଵର ୦୨ (ଖବର ଓଡିଶା) :

କେନ୍ଦ୍ର ସରକାର ସୋମବାର ଦିନ ସ୍ପଷ୍ଟ କରିଛନ୍ତି ଯେ ପେଟ୍ରୋଲ-ଡିଜେଲରେ କୌଣସି ପ୍ରକାର ଟ୍ୟାକ୍ସ ହ୍ରାସ ହେବନି । ଏହାସହ ଏହା ଜିଏସଟିର ଅର୍ନ୍ତଭୁକ୍ତ ମଧ୍ୟ ହେବନି କାହିଁକି ନାଁ ଏହା ପୂର୍ବରୁ ହିଁ ଜିଏସଟିର ଜିରୋ ରେଟ କ୍ୟାଟେଗୋରୀରେ ରହିଛି । 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଏକ ପ୍ରଶ୍ନର ଜବାବ ଦେଇ କହିଛନ୍ତି ଯେ ସାରା ଦୁନିଆରେ ଏପରି କୌଣସି ଦେଶ ନାହିଁ, ଯେଉଁଠାରେ ପେଟ୍ରୋଲ-ଡିଜେଲର ଦାମ ଏକ ସମୟରେ ସ୍ଥିର ରହୁଥିବ । 

ଜିଏସଟିର ପରିସରରେ ପେଟ୍ରୋଲ-ଡିଜେଲକୁ ଅର୍ନ୍ତଭୁକ୍ତ କରିବା ପ୍ରଶ୍ନରେ ଅର୍ଥମନ୍ତ୍ରୀ କହିଛନ୍ତି ଏହି ଦୁଇ ବସ୍ତୁ ପୂର୍ବରୁ ହିଁ ଜିଏସଟିରେ ରହିଛି । ଏହା ଜିଏସଟିର ଶୂନ୍ୟ ରେଟ କ୍ୟାଟୋଗରୀରେ ଆସୁଛି । ଏହି ରେଟ ଉପରେ ଜିଏସଟି କାଉଁସିଲ ନିର୍ଣ୍ଣୟ ନେଇଥାଏ । ଏହି ପରିଷଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅଧ୍ୟକ୍ଷ ହୋଇଥାନ୍ତି ଏବଂ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ । 

ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ପେଟ୍ରୋଲ-ଡିଜେଲ ଉପରେ କୌଣସି ପ୍ରକାର ଟ୍ୟାକ୍ସ ହ୍ରାସ କରିବାର କୌଣସି ପ୍ରସ୍ତାବ ନାହିଁ । ବର୍ତ୍ତମାନ ପେଟ୍ରୋଲର ଦାମ ଦିଲ୍ଲୀରେ 74 ଟଙ୍କା ଉପରେ ରହିଛି । ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ବସ୍ତୁ ଗୁଡିକ ଉପରେ କୌଣସି ନୂଆ ଟ୍ୟାକ୍ସ ଲାଗୁ କରିବାର  ପ୍ରସ୍ତାବ ନାହିଁ । କେନ୍ଦ୍ର ସରକାର ପ୍ରେଟ୍ରୋଲ-ଡିଜେଲ ଉପରେ ଅନେକ ପ୍ରକାର ଏକ୍ସାଇଜ ଏବଂ କଷ୍ଟମ ଡ୍ୟୁଟି ଲାଗୁ କରିଥାନ୍ତି । ଏହାଛଡା ରାଜ୍ୟ ସରକାର ମଧ୍ୟ ଭାଟ ଏବଂ ସ୍ଥାନୀୟ କର ଲାଗୁ କରିଥାନ୍ତି । 

Subscribe

National International State Sports Entertainment