ହିଂସା ଉପରେ ଦିଲ୍ଲୀ ପୁଲିସ ଏବଂ ଜାମିୟା ପ୍ରଶାସନ ମୁହାଁମୁହିଁ, ନିଆଁ ଲିଭାଇଥିଲା ପୁଲିସ-ଡିସିପି
Khabar Odisha:National-news-Chinmoy-Biswal-Says-Police-Burnt-Buses-Is-An-Absolute-Lie-Saved-It-By-Using-Water-From-A-Bottle
ନୂଆଦିଲ୍ଲୀ, ଡିସେମ୍ବର ୧୬ (ଖବର ଓଡ଼ିଶା) :

ନାଗରିକତା ସଂଶୋଧନ ଆଇନ ବିରୋଧରେ ରବିବାର ଦିନ ଜାମିୟା ନଗରେ ହୋଇଥିବା ହିଂସା ଉପରେ ଦିଲ୍ଲୀ ପୁଲିସ ଏବଂ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ପ୍ରଶାସନ ସାମ୍ନାସାମ୍ନା ହୋଇଛି । ଦିଲ୍ଲୀ ପୁଲିସ ଗୋଟିଏ ପଟେ ଅଜ୍ଞାତ ଲୋକଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରି ହିଂସାର ତଦନ୍ତ ଆରମ୍ଭ କରିଛି, ଅନ୍ୟପଟେ ଜାମିୟାର ଭିସି ନଜମା ଅଖତର ପୁଲିସ ଉପରେ ଜବରଦସ୍ତି ବିଶ୍ୱ ବିଦ୍ୟାଳୟରେ ପଶିଥିବା ଅଭିଯୋଗ କରିଛନ୍ତି । ଏହାସହ ପୁଲିସ ବିରୋଧରେ ଏଫଆଇଆର ରୁଜୁ କରାଯିବ ବୋଲି ଭିସି କହିଛନ୍ତି । ଦିଲ୍ଲୀ ପୁଲିସ ଗତକାଲି ହୋଇଥିବା ଘଟଣା ଉପରେ ସଫେଇ ଦେଇଛି । 

ବସରେ ନିଆଁ ଲଗାଇବା ଅଭିଯୋଗ ଉପରେ ଦିଲ୍ଲୀ ପୁଲିସ ସଫେଇ ଦେଇଛି । ଦକ୍ଷିଣ ପୂର୍ବ ଦିଲ୍ଲୀର ପୁଲିସ କମିଶନର ଚିନ୍ମୟ ବିଶ୍ୱାଳ କହିଛନ୍ତି ଯେ ପୁଲିସ ବସରେ ନିଆଁ ଲଗାଇନି ବରଂ ଲିଭାଉଥିଲା । ସେ ସ୍ପଷ୍ଟ ରୁପେ କହିଛନ୍ତି ଯେ ବୋତଲ ଏବଂ ଡବା ଗୁଡିକରେ ପେଟ୍ରୋଲ ନଥିଲା ପାଣି ଥିଲା । ଉଲ୍ଲେଖଯୋଗ୍ୟ ଯେ ଜାମିୟା ଅଞ୍ଚଳରେ ହିଂସକ ବିରୋଧ ସମୟରେ ଏପରି ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା, ଯାହାକୁ ଦେଖିବା ପରେ ଦିଲ୍ଲୀ ପୁଲିସ ଉପରେ ପ୍ରଶ୍ନ ଉଠିଥିଲା । ଏହି ଭିଡିଓରେ ଜଣେ ପୁଲିସକର୍ମୀ ପ୍ଲାଷ୍ଟିକର ଏଖ କେନକୁ ବସର ପଛପଟେ ନେଇ ଯାଉଥିବା ଦେଖିବାକୁ ମିଳୁଛି । 

ଜାମିୟା ମିଲିଆ ଇସଲାମିୟା ବିଶ୍ୱ ବିଦ୍ୟାଳୟରେ ଦିଲ୍ଲୀ ପୁଲିସର କଥିତ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗରେ ମାମଲା ରୁଜୁ କରାଯାଇଛି । ଅଭିଯୋଗକାରୀ ସୌରଭ ଦାସ ଅଭିଯୋଗ କରିଛନ୍ତି ଯେ, ଡିସେମ୍ୱର 15 ତାରିଖ ରାତିରେ ପୁଲିସ କମିଶନର ( ଦକ୍ଷିଣ-ପୂର୍ବ)ଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ସହ ଦୁର୍ବ୍ୟବହାର କରିଥିଲା । 

Subscribe

National International State Sports Entertainment