ବଢୁଛି କରୋନା ସଂକ୍ରମଣ, ଦେଶରେ ୫ ଲକ୍ଷ ୮୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୭ ହଜାରରୁ ଅଧିକ ମୃତ
Khabar Odisha:National-5lakh-85-k-crossed-Corona-positive-in-India
ନୂଆଦିଲ୍ଲୀ, ଜୁଲାଇ 1 (ଖବର ଓଡ଼ିଶା):

 ଭାରତରେ ପ୍ରତିଦିନ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଦେଶରେ ଭାଇରସ ସଂକ୍ରମଣ ବିସ୍ଫୋରକ ହେବାରେ ଲାଗିଛି।  ଆଜି ପୁଣି ୧୮ ହଜାର ୬୫୩ ଆକ୍ରାନ୍ତ ଚିହ୍ନଟ କରାଯାଇଛି।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୮୫ ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭ ହଜାର ଟପିଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଦେଶରେ ମହାମାରୀ କରୋନା ସ୍ଥିତି ଭୟଙ୍କର ହେଉଛି ।  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୮୫ ହଜାର ୪୯୩ ରେ ପହଂଚିଛି ।  ଭାରତରେ ୧୭ ହଜାର ୪୦୦ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୩ଲକ୍ଷ ୪୭ ହଜାର ୯୭୯ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୨୦ ହଜାର ୧୧୪ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୨୦ ହଜାର ୧୧୪ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୧୮ ହଜାର ୬୫୩  ନୂଆ ମାମଲା ସାମନାକୁ ଆସିଛି।  ଏହା ସହ ୫୦୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

  • Tags:

Subscribe

National International State Sports Entertainment