ଭାରତରେ କରୋନା: ୨୪ ଘଣ୍ଟାରେ ୫୧୦ ମୃତ, ୪୧,୬୯୭ ଲୋକ ସଂକ୍ରମିତ
Khabar Odisha:Nation-covid-19-India-510-dead-in-corona-in-India-in-last-24-hours

ନୂଆଦିଲ୍ଲୀ, ଜୁଲାଇ ୨୨ (ଖବର ଓଡ଼ିଶା): ଭାରତରେ କରୋନା ଭାଇରସ ମହାମାରୀ ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି । ଦୈନିକ ସଂକ୍ରମଣ ବଢ଼ିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ହ୍ରାସ ପାଇଛି । କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସଂକ୍ରମିତଙ୍କ ତୁଳନାରେ ୨୮୮୫ କମ ଲୋକ ସୁସ୍ଥ ହୋଇଛନ୍ତି । 

ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୬୯୭ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୫୧୦ ଲୋକଙ୍କର ମୃତ୍ୟୁ ହୋଇଛି । ବିଗତ ୨୪ ଘଣ୍ଟା ପୂର୍ବରୁ ଭାରତରେ ୪୨ ହଜାର ୧୨୩ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ଏହି ସମୟ ମଧ୍ୟରେ ୪୮୯ ଜଣଙ୍କର ମୃତ୍ୟୁ ହୋଇଥିଲା ।  

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୮୧୨ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୬ ହଜାର ୫କୁ ହ୍ରାସ ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୬ ହଜାର ୮୩୯ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୯ ହଜାର ୨୧କୁ ବୃଦ୍ଧି ପାଇଥିବା କୁହାଯାଇଛି । 

 

  • Tags:

Subscribe

National International State Sports Entertainment