ସାଇବାବାଙ୍କ ଜନ୍ମସ୍ଥଳୀ ବିବାଦ: ଆଜି ଶିରିଡି ବନ୍ଦ, ଖୋଲା ରଖାଯାଇଛି ସାଇ ମନ୍ଦିର
Khabar Odisha:Nation-Shirdi-Saibaba-bandh-bandh-at-Shirdi-on-Sunday-but-Saibaba-temple-to-remain-open

ଶିରିଡି, ଜାନୁଆରୀ ୧୯ (ଖବର ଓଡ଼ିଶା): ମହାରାଷ୍ଟ୍ରର ଶିରିଡିରେ ସାଇବାବାଙ୍କ ଜନ୍ମସ୍ଥଳୀକୁ ନେଇ ଉପୁଜିଥିବା ବିବାଦ ଯୋଗୁଁ ସ୍ଥାନୀୟ ଲୋକେ ରବିବାର ଶିରିଡି ସହରରେ ବନ୍ଦ ପାଳନ କରିଛନ୍ତି । ମାତ୍ର ସାଇବାବାଙ୍କ ମନ୍ଦିର ଖୋଲା ରଖାଯାଇଛି । ମନ୍ଦିର କର୍ତ୍ତୃପକ୍ଷ କହିଛି ଯେ, ଶିରିଡି ସହର ବନ୍ଦ ହେଲେ ବି ବାବାଙ୍କ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । କାରଣ ଶିରିଡିସ୍ଥିତ ସାଇବାବା ମନ୍ଦିରକୁ ପ୍ରତିଦିନ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଆସିଥାନ୍ତି । ଶ୍ରୀସାଇବାବା ସଂସ୍ଥାନ ନ୍ୟାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପକ ମୁଗଲିକର କହିଛନ୍ତି, ବନ୍ଦ ପରେ ବି ସାଇବାବାଙ୍କ ମନ୍ଦିରକୁ ଖୋଲା ରଖାଯିବ । 

ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମସ୍ଥଳୀ ନେଇ ଦେଖାଯାଇଥିବା ବିବାଦର ସମାଧାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରଭଣୀ ଜିଲ୍ଲାର ପାଥରୀ ଠାରେ ସାଇବାବାଙ୍କ ସହିତ ଜଡ଼ିତ ସ୍ଥାନରେ ଭିତ୍ତିଭୂମିର ବିକାଶ ପାଇଁ ୧୦୦ କୋଟି ଟଙ୍କା ଅର୍ଥ ରାଶି ମଂଜୁରୀ କରିବାକୁ ଘୋଷଣା କରିଥିଲେ । କିଛି ଶ୍ରଦ୍ଧାଳୁ ପାଥରୀକୁ ସାଇବାବାଙ୍କ ଜନ୍ମସ୍ଥଳୀ ଭାବେ ଗ୍ରହଣ କରୁଛନ୍ତି । ମାତ୍ର ଶିରିଡି ନିବାସୀଙ୍କ କହିବା ଅନୁସାରେ ବାବାଙ୍କ ଜନ୍ମସ୍ଥଳୀ ଅଜ୍ଞାତ । 

ସାଇବାବାଙ୍କ ଜନ୍ମ ପାଥରୀରେ ହୋଇଥିଲା । ଶିରିଡି ଥିଲା ସାଇବାବାଙ୍କ କର୍ମଭୂମି । ତେଣୁ ଉଭୟ ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ପାଥରୀକୁ ପର୍ଯ୍ୟଟକ ଆସୁଛନ୍ତି କିନ୍ତୁ ଏଠାରେ ସେମାନଙ୍କ ପାଇଁ ସୁବିଧା ନାହିଁ । ଶିରିଡିର ଲୋକଙ୍କ ପାଇଁ ପାଣ୍ଠି ସମସ୍ୟା ନାହିଁ । ସେମାନେ ଚାହାନ୍ତି ନାହିଁ ଯେ, ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କୁହାଯାଉ । କାରଣ ଏହା ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା କମ ହୋଇଯିବ । ସୂଚନାଯୋଗ୍ୟ ଶିରଡୀ ଠାରୁ ପାଥରୀ ୨୭୫ କିଲୋମିଟର ଦୂର ।   

 

  • Tags:

Subscribe

National International State Sports Entertainment