ପିଏଫ୍‌ଆଇର କେରଳ ବନ୍ଦ ଆଜି, ପୂରା ରାଜ୍ୟରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ
Khabar Odisha:Nation-PFI-bandh-of-12-hours-over-NIA-raids-in-Kerala-latest-news-updates

ଥିରୁଅନନ୍ତପୂରମ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ)ର ନେତୃତ୍ୱରେ ଏହାର କାର୍ଯ୍ୟାଳୟ, ନେତାଙ୍କ ଘର ଏବଂ ଅନ୍ୟ ପରିସରରେ ଚଢ଼ଉ କରାଯିବାକୁ ବିରୋଧ କରି ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ପିଏଫଆଇ ଶୁକ୍ରବାର ସକାଳ ୬ଟାରୁ ଏହି ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହାକୁ ଜାରି ରଖିବ । 

ସୂଚନାଯୋଗ୍ୟ, ଏନ୍‌ଆଇଏର ଏହି ଚଢ଼ଉ ଦେଶରେ ଆତଙ୍କବାଦୀ ଗତିବିଧିର କଥିତ ଭାବେ ସମର୍ଥନ କରିବାକୁ ନେଇ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ରାଜ୍ୟ ଶାଖା ତରଫରୁ ଏହି ଆନ୍ଦୋଳନକୁ ଅନାବଶ୍ୟକ ବୋଲି କୁହାଯାଇଛି । ଏଥି ସହିତ ରାଜ୍ୟ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ବିଜେପି ରାଜ୍ୟ ଶାଖାର ପ୍ରମୁଖ କେ ସୁରେନ୍ଦ୍ରନ ଅଭିଯୋଗ ଆଣିଛନ୍ତି ଯେ, ପିଏଫଆଇ ତରଫରୁ ପୂର୍ବରୁ ଡକାଯାଇଥିବା ଆନ୍ଦୋଳନରେ ହିଂସା ଦେଖାଯାଇଥିଲା । ସେ କହିଛନ୍ତି ଯେ, ରାଜ୍ୟର ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯିବା ଦରକାର । 

ଏନ୍‌ଆଇଏ ପକ୍ଷରୁ ପିଏଫ୍‌ଆଇ ଓ ଏହି ସଂସ୍ଥା ସହିତ ଜଡ଼ିତ ଲିଙ୍କ ଉପରେ ଦେଶବ୍ୟାପୀ ଚଢ଼ଉ କରାଯାଇଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଏବଂ ଶିବିର ପରିଚାଳନା କରିବା ମାମଲାରେ ତଦନ୍ତ ସଂସ୍ଥା ଚଢ଼ଉ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ବିଗତ କିଛି ଦିନ ହେଲା ଏନ୍‌ଆଇଏ ଏହି ମାମଲାରେ ପ୍ରାୟ ୧୨ଟି ମାମଲା ରୁଜୁ କରିସାରିଛି । ଏଥିରେ ପିଏଫଆଇର ଲିଙ୍କ ମିଳିଛି । ଇଡି, ଏନ୍‌ଆଇଏ ଏବଂ ରାଜ୍ୟ ପୁଲିସ ପିଏଫଆଇ ସହିତ ଜଡ଼ିତ ୧୦୦ରୁ ଅଧିକ ଲୋକଙ୍କୁ ଭିନ୍ନ ଭିନ୍ନ ମାମଲାରେ ଗିରଫ କରିସାରିଛି । ଅଭିଯୁକ୍ତମାନେ ୧୦ଟି ରାଜ୍ୟରୁ ଗିରଫ ହୋଇଛନ୍ତି । ଏନ୍‌ଆଇଏ ଉତ୍ତରପ୍ରଦେଶ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ସମେତ ଅନ୍ୟ ରାଜ୍ୟରେ ପିଏଫଆଇ ଏବଂ ଏହି ସଂସ୍ଥା ସହିତ ଜଡ଼ିତ ଠିକଣାରେ ଚଢ଼ଉ କରିଛି । ଏନ୍‌ଆଇକୁ ବ୍ୟାପକ ସଂଖ୍ୟାରେ ପିଏଫଆଇ ଏବଂ ଏହା ସହିତ ଜଡ଼ିତ ଲୋକଙ୍କ ସଂଦିଗ୍ଧ ଗତିବିଧି ସଂପର୍କରେ ସୂଚନା ମିଳିଛି ।  

 

  • Tags:

Subscribe

National International State Sports Entertainment