ମୋଦୀ ସରକାର ଦେଶର ଏକ ଏକ ଇଞ୍ଚ ଜମିକୁ ବଂଚାଇବା ଲାଗି ସଂପୂର୍ଣ୍ଣ ପ୍ରସ୍ତୁତ: ଅମିତ ଶାହା
Khabar Odisha:Nation-Indian-government-is-capable-for-defending-our-land-says-home-minister-Amit-Shah

ନୂଆଦିଲ୍ଲୀ, ଅକ୍ଟୋବର ୧୮ (ଖବର ଓଡ଼ିଶା): ଲଦ୍ଦାଖରେ ଚୀନ ସହିତ ଉତ୍ତେଜନା ଜାରି ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ମୋଦୀ ସରକାର ଦେଶର ଏକ ଏକ ଇଞ୍ଚ ଜମିକୁ ବଂଚାଇବା ଲାଗି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଭାରତର ମାଟିକୁ କେହି ଜବରଦଖଲ କରିପାରିବ ନାହିଁ । ସରକାର ଚୀନରେ ଲଦ୍ଦାଖ ସହିତ ଉତ୍ତେଜନା ହ୍ରାସ କରିବାକୁ ଯଥାସମ୍ଭବ ସୈନ୍ୟ ଓ କୁଟନୈତିକ ପଦକ୍ଷେପ ନେଉଛନ୍ତି ।  

କ’ଣ ଭାରତୀୟ କ୍ଷେତ୍ରରେ ଚୀନ ପ୍ରବେଶ କରିଛି, ଏହି ପ୍ରଶ୍ନର ଉ ତ୍ତରରେ ଏକ ଘରୋଇ ଚ୍ୟାନେଲକୁ ଅମିତ ଶାହା କହିଛନ୍ତି ଆମେ ନିଜର ଏକ ଏକ ଇଞ୍ଚ ଭୂଭାଗକୁ ନେଇ ସତର୍କ ରହିଛୁ । ଆମର ମାଟିକୁ କେହି ଜବରଦଖଲ କରିପାରିବ ନାହିଁ । ଆମ ପାଖରେ ସେନା ଓ ନେତୃତ୍ୱ ନେବାର ବଳ ଅଛି । ଆମେ ସୀମାକୁ ସୁରକ୍ଷା ଦେଇପାରିବୁ । ଗୃହମନ୍ତ୍ରୀ କହିଛନ୍ତି, ସରକାର ଦେଶର ଅଖଣ୍ଡତା ଓ ସୁରକ୍ଷା ଲାଗି ପ୍ରତିବଦ୍ଧ । 

ବିହାର ବିଧାନସଭା ନିର୍ବାଚନ ନେଇ ଅମିତ ଶାହା କହିଛନ୍ତି, ଆଶା କରାଯାଉଛି ବହୁମତ ମିଳିବ । ସେ କହିଛନ୍ତି ନିର୍ବାଚନ ପରେ ନିତିଶ କୁମାର ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଲୋକ ଜନଶକ୍ତି ପାର୍ଟି ଅଲଗା ହେବା ନେଇ ଶାହା କହିଛନ୍ତି, ତାହା ସେମାନଙ୍କର ନିଷ୍ପତ୍ତି ଥିଲା । ଏଲଜେପି ଅଲଗା ହେବାରେ ଆମର ନିଷ୍ପତ୍ତି ନଥିଲା । ଅମିତ ଶାହା କହିଛନ୍ତି ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଏହି ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିବ । ସେ କହିଛନ୍ତି ଏବେ ପଶ୍ଚିମବଙ୍ଗର ଆଇନ ବ୍ୟବସ୍ଥା ଜଟିଳ ହୋଇପଡ଼ିଛି । 

 

  • Tags:

Subscribe

National International State Sports Entertainment