ଭାରତରେ ୫୯ ଆପ ବନ୍ଦ ହେବା ପରେ ଚୀନ କମ୍ପାନୀର ବିଶ୍ୱସ୍ତରୀୟ ଆଶା ଧୂଳିସାତ
Khabar Odisha:Nation-India-ban-Tik-Tok-UC-browser-and-57-Chinese-app-shocks-Chinese-internet-giants-global-ambition

ବେଙ୍ଗାଲୁରୁ, ଜୁଲାଇ ୦୧ (ଖବର ଓଡ଼ିଶା): ଭାରତ ସରକାରଙ୍କ ଦ୍ୱାରା ୫୯ ଚୀନ ଆପ୍ ଉପରେ କଟକଣା ଲଗାଯିବା ନିଷ୍ପତ୍ତି ଯଦିଓ ରାଜସ୍ୱ ଉପରେ ବହୁତ ପ୍ରଭାବ ପଡ଼ିନାହିଁ, କିନ୍ତୁ ଇଣ୍ଟରନେଟ ଦୁନିଆରେ ରାଜ କରୁଥିବା କମ୍ପାନୀମାନେ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଚୀନର ଯେଉଁ ଆପଗୁଡ଼ିକ ଉପରେ କଟକଣା ଲଗାଯାଇଛି, ଏଥିରେ ସବୁଠାରୁ ବଡ଼ ଚୀନ ଟେକ୍ନୋଲୋଜୀ କମ୍ପାନୀ ଯଥା, ଆଲିବାବା, ବାଇଟେଡେଣ୍ଡସ, ଟେନସେଟ, ଶୋଆମୀ, ୱାଇୱାଇ ଇଙ୍କ ଓ ଲେନେଭୋ ଆଦି ସାମିଲ ଅଛି । ଚୀନ କମ୍ପାନୀଗୁଡ଼ିକର ବିଶ୍ୱସ୍ତରୀୟ ଆଶା ଧୂଳିସାତ ହୋଇଯାଇଛି ।

ଡିଜିଟାଲ ଇକୋନୋମୀ ଉପରେ ନଜର ରଖୁଥିବା ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଭାରତ ଭଳି ଏବେ ଅନ୍ୟ ଦେଶ ମଧ୍ୟ ଏଭଳି କାମ କରିପାରନ୍ତି । ଆମେରିକୀୟ କଂପାନୀ ଗୁଗଲ ଓ ଫେସବୁକ ଅନ୍ତର୍ଗତ ଭାରତ ଓ ଦକ୍ଷିଣ ପୂର୍ବ ଏସିଆର କିଛି ଦେଶ ଏଭଳି ଥିଲା, ଯେଉଁଠି ଚୀନ ନିଜର ବଜାର ସୃଷ୍ଟି କରିଥିଲା । 

ବିଶେଷଜ୍ଞଙ୍କ କହିବା ଅନୁସାରେ ଚୀନରେ କୌଣସି ପ୍ରତସ୍ପର୍ଦ୍ଧା ନାହିଁ, ଏଥି ପାଇଁ କଂପାନୀଗୁଡ଼ିକର ବିକାଶ ହୋଇପାରିଛି । ଫଳରେ କୋଟି କୋଟି ଟଙ୍କା ରୋଜଗାର ମଧ୍ୟ ହୋଇପାରିଛି । ଏହି ଟଙ୍କାକୁ ଚୀନ ବିଶ୍ୱସ୍ତରରେ ବ୍ୟବହାର କରିଛନ୍ତି । ଚୀନ ନିବେଶରେ ନିଜର ବ୍ୟବସାୟ ପରିଚାଳନା କରୁଥିବା ଏକ ଷ୍ଟାର୍ଟଅପର ପ୍ରତିଷ୍ଠାତା କହିଛନ୍ତି, ନିଜର ଜୀବନରେ ଏକ ଇଞ୍ଚ ମଧ୍ୟ କାହାରିକୁ ଦିଆଯିବ ନାହିଁ, ଏହା ହେଉଛି ଚୀନର ମାନସିକତା ।

ଷ୍ଟାର୍ଟଅପର ପ୍ରତିଷ୍ଠାତା କହିଛନ୍ତି, ସମସ୍ତ ଚୀନ କଂପାନୀ ରାଜସ୍ୱ ବଢ଼ାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । କିନ୍ତୁ ଚୀନ ପାଇଁ ଭାରତ ହେଉଛି ବଡ଼ ବଜାର । ଏକ ଅନୁମାନ ଅନୁସାରେ ଭାରତରେ ୨୦୧୯ରେ ଶୀର୍ଷ ୨୦୦ ଆପରେ ୩୮ ପ୍ରତିଶତ ଚୀନର ଅଛି ।  

 

  • Tags:

Subscribe

National International State Sports Entertainment