ଦିଲ୍ଲୀରେ ଆଜି ପ୍ରାକ୍ ମୌସୁମୀ ବର୍ଷା ଆଶଙ୍କା, ହରିୟାଣାରେ ବର୍ଷା ଜାରି
Khabar Odisha:Nation-India-IMD-mausam-vibhag-latest-update-monsoon-2021-in-Delhi-NCR-rain

ନୂଆଦିଲ୍ଲୀ, ଜୁନ ୧୫ (ଖବର ଓଡ଼ିଶା): ଜାତୀୟ ରାଜଧାନୀ ସମେତ ଉତ୍ତର ଭାରତର କିଛି ଅଂଚଳରେ ଆଜି ମୌସୁମୀ ପୂର୍ବରୁ ବର୍ଷା ହେବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଧ୍ୟପ୍ରଦେଶର ଅଧିକାଂଶ ଅଂଚଳରେ ସକ୍ରିୟ ହେବ । ପୂର୍ବ ଉତ୍ତର ପ୍ରଦେଶ ଓ ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶର ଅଧିକାଂଶ ଅଂଚଳ, ହରିୟାଣା ଏବଂ ପଂଜାବକୁ ମୌସୁମୀ ବର୍ଷା ଅଗ୍ରସର ହୋଇପାରେ । 

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମୌସୁମୀର ପ୍ରଭାବ ସୁରଟ, ନନ୍ଦୁରବାର, ଭୋପା, ନୌର୍ଗେନ, ହମୀରପୁର, ବାରବାଙ୍କୀ, ବରେଲୀ, ସାହାରାନପୁର, ଅମ୍ବାଲା ଓ ଅମୃତସର ରହିଛି । ସୋମବାର ହୋଇଥିବା ପୂର୍ବାନୁମାନରେ ଆଇଏମଡି ପକ୍ଷରୁ କୁହାଯାଇଥିଲା ଯେ, ଉତ୍ତର ଭାରତର ଅନେକ ସ୍ଥାନକୁ ପହଂଚିବା ପାଇଁ କମ ସମୟ ଅପେକ୍ଷା କରିବାକୁ ପଡ଼ିବ । 

ହରିୟାଣାର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ଅନୁସାରେ ଜିନ୍ଦ, କୋସଲୀ, ଅଦାମପୁର, ରେୱାଡିର ଅନେକ ସ୍ଥାନରେ ମଙ୍ଗଳବାର ଭୋର ସକାଳୁ ସାମାନ୍ୟ ବର୍ଷା ହୋଇଯାଇଛି । ଏହି ସ୍ଥାନ ଗୁଡ଼ିକରେ ଭୋର ସକାଳ ୬ଟାରୁ ବର୍ଷା ହୋଇଛି । ମାନେସର, ସୋହନା, ପଲୱଲ, ତୋଶାମ, ହାଂସି ଓ ଆଖପାଖ ଅଂଚଳରେ ପବନର ବେଗ ଘଣ୍ଟା ପିଛା ୨୦-୪୦ କିଲୋମିଟର ହୋଇପାରେ । ଏଥି ସହିତ ମଧ୍ୟମ ଧରଣର ବର୍ଷା ହୋଇପାରେ । 

 

  • Tags:

Subscribe

National International State Sports Entertainment