ଇନ୍ଦୋର, ଜୁନ୍ ୨୩ (ଖବର ଓଡ଼ିଶା): ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ନିଜର ସ୍ୱାମୀଙ୍କ ବିରୋଧରେ ଧୋଖା ଦେଇ ୨ୟ ବିବାହ କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ପତିଙ୍କ ବିରୋଧରେ ଥାନାରେ ଦେଇଥିବା ଏତଲାରେ କହିଛନ୍ତି ଯେ, ଅଭିଯୁକ୍ତ ୩ ମାସ ପୂର୍ବରୁ ଡେଲିଭରି ପାଇଁ ମୋର ମା’ ଘରେ ଛାଡ଼ିଦେଇଥିଲେ ।
ତେବେ ୮ ଦିନ ପୂର୍ବରୁ ସ୍ତ୍ରୀ ଫେସବୁକରେ ଦେଖିବାକୁ ପାଇଥିଲେ ଯେ, ତାଙ୍କର ସ୍ୱାମୀଙ୍କ ସହ ଅନ୍ୟ କୌଣସି ମହିଳାଙ୍କର ଫଟୋ ରହିଛି । ମହିଳା ଜଣକ ଯେତେବେଳେ ଶାଶୂ-ଶ୍ୱଶୁରଙ୍କ ପଚାରିଲେ, ସେ ଏବାବଦରେ ଜାଣିବାକୁ ପାଇଲେ ଯେ, ତାଙ୍କର ପତି ଖଜରାନାରୁ ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଛି । ଏବେ ସ୍ତ୍ରୀ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଉଛନ୍ତି ।
ଏହି ମାମଲା ଏରୋଡ୍ରମ ଥାନା ଅଞ୍ଚଳର ସାନବାଗଡଦାର । ଏଠାରେ ବବିତା ପରମାର ନ୍ୟାୟ ପାଇଁ ଥାନାର ଆଶୟ ନେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କର ସ୍ୱାମୀ ରାଜେଶ ପରମାର ପରିବହନ କାମ କରନ୍ତି । ସେ ମୋତେ ଧୋଖା ଦେଇଛନ୍ତି ଓ ଅନ୍ୟତ୍ର ୨ୟ ବିବାହ କରିଛନ୍ତି । ମହିଳା ଜଣକ କହିଛନ୍ତି ଯେ, ଫେସବୁକରେ ଫଟୋ ଦେଖି ସେ ପତିଙ୍କ ଦ୍ୱିତୀୟ ବିବହା ସଂପର୍କରେ ସୂଚନା ପାଇଥିଲେ । ମହିଳା ଜଣକ ଯେତେବେଳେ ଶ୍ୱଶୁର କନୀରାମଙ୍କୁ ଫୋନ କରିଥିଲେ, ସେ ଚୁପ ରହିଥିଲେ । ପୀଡିତା କହିଛନ୍ତି ଯେ, ତାଙ୍କ ସ୍ୱାମୀ ଧମକ ଦେଉଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।