ଅକ୍ଟୋବର ୧ରୁ ଗାଡ଼ିରେ ଯିବା ବେଳେ ମୋବାଇଲରେ କଥା ନହୁଅନ୍ତୁ, ଉଲ୍ଲଂଘନ କଲେ ଜରିମାନା
Khabar Odisha:Nation-Can-use-mobile-phone-only-for-route-navigation-from-October-1-else-pay-fine-of-upto-Rs-5k-rupees

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮ (ଖବର ଓଡ଼ିଶା): ଆଗାମୀ ୧ ତାରିଖ ଠାରୁ ଗାଡ଼ି ଚଳାଇବା ନେଇ ଅନେକ ନିୟମ ପରିବର୍ତ୍ତନ କରାଯାଇଛି । ଏଥିରୁ ଏକ ନିୟମ ହେଉଛି ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେଲେ ମହଙ୍ଗା ପଡ଼ିପାରେ । ଏଭଳି କ୍ଷେତ୍ରରେ ମୋବାଇଲ ଫୋନର ବ୍ୟବହାର କେବଳ ରୁଟ ନେଭିଗେଶନ ପାଇଁ ହୋଇପାରିବ । କଥା ହେଉଥିବା ସମୟରେ ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିପାରେ ।

ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ନୂଆ ନିୟମ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନୂତନ ନିୟମ ଅନୁସାରେ ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ କେବଳ ରୁଟ ନେଭିଗେଶନ ଲାଗି ବ୍ୟବହାର ହୋଇପାରିବ । ଏହା ଦ୍ୱାରା ଗାଡ଼ିଚାଳକ ସ୍ଥିରତା ସହିତ ନିଜ ଲକ୍ଷ୍ୟ ସ୍ଥଳକୁ ଯିବେ । ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ହେଲେ ୧ରୁ ୫ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ ।  

ଏହି ନିୟମ ଗତ ବର୍ଷ ମୋଟର ଯାନବାହନ ଆଇନରେ କରାଯାଇଥିବା ପରିବର୍ତ୍ତନ ସହିତ ଜଡ଼ିତ । ଆଇନରେ କିଛି ନିୟମ ଗତ ବର୍ଷ ଲାଗୁ ହୋଇଥିଲା । ଆଇଟି ସର୍ଭିସ ଓ ଇଲେକ୍ଟ୍ରୋନିକ ମନିଟରିଂ ବ୍ୟବହାରରେ ଦେଶରେ ଟ୍ରାଫିକ ସହିତ ଜଡ଼ିତ ନିୟମ ଭଲଭାବରେ ଲାଗୁ ହେବ । 

 

  • Tags:

Subscribe

National International State Sports Entertainment