ରାଜସ୍ଥାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୧
Khabar Odisha:Nation-An-earthquake-of-magnitude-31-occurred-82-km-north-of-Jaipur-in-Rajasthan

ଜୟପୁର, ଅଗଷ୍ଟ ୦୭ (ଖବର ଓଡ଼ିଶା): ରାଜସ୍ଥାନର ଜୟପୁର ଠାରୁ କିଛି ଦୂରରେ ଗୁରୁବାର-ଶୁକ୍ରବାର ରାତି ୧୨ଟା ୪୪ରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ଅନୁସାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ଥିଲା । ଏହି ଝଟକା ଜୟପୁର ସହରଠାରୁ ୮୨ କିଲୋମିଟର ଉତ୍ତର ଦିନଗରେ ଲାଗିଛି । ସବୁଠାରୁ ଖୁସିର କଥା ଯେ, ଭୂକମ୍ପ ଯୋଗୁଁ କୌଣସି ଧନ-ଜୀବନ କ୍ଷୟକ୍ଷତି ହୋଇନାହିଁ । ଏହା ମନ୍ଥର ଥିଲା । ଏଥିପାଇଁ ଲୋକେ ଜାଣିପାରି ନଥିଲେ ଯେ, ଭୂକମ୍ପ ଆସିଛି । 

ସୂଚନାଯୋଗ୍ୟ, ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ବିଗତ ୪ ମାସ ମଧ୍ୟରେ ୧୮ ଥର ଭୂକମ୍ପ ଅନୁଭୂତ ହୋଇସାରିଛି । ରାଜ୍ୟ ସରକାର ଲୋକଙ୍କୁ ସତର୍କ କରାଇବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅନୁଯାୟୀ ଦିଲ୍ଲୀବାସୀଙ୍କୁ ଭୂକମ୍ପ ସମୟରେ କେମିତି ଜୀବନ ରକ୍ଷା କରାଯାଇପାରିବ, ସେ ନେଇ ପରାମର୍ଶ ଦିଆଯାଉଛି । 

ଦିଲ୍ଲୀ ସରକାର ସମସ୍ତ ଲୋକଙ୍କ ଲାଗି ପରାମର୍ଶ ଜାରି କରି କହିଛନ୍ତି, ନିଜ ଘରେ ଓ କାମ କରୁଥିବା ସ୍ଥାନର ମଜବୁତସ୍ଥିତି ପରଖନ୍ତୁ । ଆବଶ୍ୟକ ହେଲେ ଇଂଜିନିୟରଙ୍କ ଠାରୁ ଭିତ୍ତିଭୂମି ସଂପର୍କିତ ପରାମର୍ଶ ନିଅନ୍ତୁ । ଦିଲ୍ଲୀ ସରକାର ନିଜର ପରାମର୍ଶରେ କହିଛନ୍ତି ଯେ, ଆପଣଙ୍କର ଘର, କାର୍ଯ୍ୟାଳୟର ସମସ୍ତ ଫର୍ଣ୍ଣିଚର, ଜମି, କାନ୍ଥ ଓ ଛାତ ସହିତ ଲାଗିଛି ଅଥବା ବାନ୍ଧି ହୋଇଛି କି ନାହିଁ । 

    

 

  • Tags:

Subscribe

National International State Sports Entertainment