ନୂଆଦିଲ୍ଲୀ: ସଂସଦର ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହୋଇଛି। ଲୋକସଭାରେ ପୂର୍ବତନ ସଦସ୍ୟଙ୍କ ଦେହାନ୍ତରେ ଶୋକ ପ୍ରକାଶ କରାଯାଉଥିବା ବେଳେ, ରାଜ୍ୟସଭାରେ ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି। ଲୋକସଭାରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ସମୟରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉପରେ ମଧ୍ୟ ଶୋକ ପ୍ରକାଶ କରାଯାଇଥିଲା।
ଲୋକସଭାରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିବା ଆରମ୍ଭ କରିଦେଲେ। ସେମାନଙ୍କର ଦାବି ହେଉଛି ପହଲଗାମ ଆକ୍ରମଣ ଏବଂ ଅପରେସନ ସିନ୍ଦୁର ଉପରେ ପ୍ରଥମେ ଆଲୋଚନା କରାଯାଉ।
ଲୋକସଭାରେ ହଟ୍ଟଗୋଳରେ ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ ଏହି ପଦ୍ଧତି ଠିକ୍ ନୁହେଁ। ସଂସଦ ଅଧିବେଶନର ପ୍ରଥମ ଦିନରେ ଏପରି ହଟ୍ଟଗୋଳ କରିବା ସମ୍ପୂର୍ଣ୍ଣ ଭୁଲ। ଗୃହ ନିୟମ ଅନୁଯାୟୀ ଚାଲିଥାଏ, ତେଣୁ ଆପଣମାନେ ଦୟାକରି ଶାନ୍ତିରେ ବସି ହଟ୍ଟଗୋଳ କରନ୍ତୁ ନାହିଁ।
ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ପ୍ରସ୍ତାବିତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଯେ ସମଗ୍ର ବିଶ୍ୱ ଭାରତର ସାମରିକ ଶକ୍ତିର ରୂପ ଦେଖିଛି। ମାତ୍ର ୨୨ ମିନିଟରେ ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଛି। ମୌସୁମୀ ଅଧିବେଶନ ଦେଶ ପାଇଁ ଏକ ଗର୍ବର ଅଧିବେଶନ। ମହାକାଶରେ ତ୍ରିରଙ୍ଗା ଉତ୍ତୋଳନ କରିବା ଗର୍ବର ବିଷୟ। ଏହି ଅଧିବେଶନ ନବସୃଜନ ଏବଂ ପୁନଃନିର୍ମାଣର ପ୍ରତୀକ।
ଏହି ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ମୋଟ ଆଠଟି ନୂତନ ବିଲ୍ ଆଗତ କରିପାରିବେ ବୋଲି ସମ୍ଭାବନା ରହିଛି। ଏଥିରେ ଭୂ-ଐତିହ୍ୟ ସ୍ଥଳ ଏବଂ ଭୂ-ଅବଶେଷର ସଂରକ୍ଷଣ ଏବଂ ସୁରକ୍ଷା ସହିତ ଜଡିତ ଏକ ବିଲ୍ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଜାତୀୟ କ୍ରୀଡା ପ୍ରଶାସନ ବିଲ୍, ଭୂ-ଐତିହ୍ୟ ସ୍ଥଳ ଏବଂ ଭୂ-ଅବଶେଷ (ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ) ବିଲ୍, ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ବିଲ୍ ଏବଂ ଜାତୀୟ ଡୋପିଂ ନିରୋଧୀ (ସଂଶୋଧନ) ବିଲ୍ ସଂସଦରେ ଆଗତ କରାଯାଇପାରିବ।
ଅଧିକ ପଢ଼ନ୍ତୁ: ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ...