ନକ୍ସଲ ମୁକାବିଲା କ୍ଷେତ୍ରରେ ବଡ ସଫଳତା,ଅପରେସନ ବେଳେ ମାଓ ସାମଗ୍ରୀ ସହ ନଗଦ ଟଙ୍କା ଜବତ କୋରାପୁଟ,ସେପ୍ଟେମ୍ବର 22(ଖବର ଓଡ଼ିଶା): Share story: କୋରାପୁଟରେ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ନଗଦ ଟଙ୍କା ଜବତ । ଜବତ ହୋଇଥିବା ସାମଗ୍ରଗୀ ମଧ୍ୟରେ ନଗଦ ୭୦ ହାଜର ଟଙ୍କା, ୧୭ ମିଟର କର୍ଡେକ୍ସ ତାର, ୩୧ ଟି ଜେଲେଟିନ୍ ଷ୍ଟିକ୍, ୧୧ ଟି ଇଲେକ୍ଟ୍ରିକ୍ ଡିଟୋନେଟର, ଗୋଟାଏ ତାର ବଣ୍ଡଲ, ୨ଟି ଟିଫିନ୍ ବମ୍, ଗୋଟାଏ ପ୍ରେସର କୁକର ବମ୍ ଓ ଗୋଟାଏ ଟେଷ୍ଟିଂ ପିନ୍ ଜବତ ହୋଇଛି। ଏନେଇ ଏସପି ବରୁଣ ଗୁଣ୍ଠୁପାଳି ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ, ଏସଓଜି ଓ ଡିଭିଏଫ ପକ୍ଷରୁ ଜିଲ୍ଲାର ସିନ୍ଧିପୁଟ ଜଙ୍ଗଲରେ ମିଳିତ ଆଣ୍ଟି ନକ୍ସଲ ଅପରେସନ ଚାଲିଥିଲା । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ନଗଦ ଟଙ୍କା ଓ ମାଓ ବିସ୍ଫୋରକ ସାମଗ୍ରୀ ମିଳିଛି। ଖବର ଓଡ଼ିଶା, Reporter, 22/09/2022