ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଉଭୟ ନେତା ନିର୍ବାଚନ ପ୍ରଚାରରେ ନିଜର ପୂରା ଶକ୍ତି ପ୍ରୟୋଗ କରିଛନ୍ତି। ରଏଟର୍ସ/ଇପ୍ସୋସ ସର୍ଭେ ଅନୁଯାୟୀ କମଳା ହାରିସ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ମାତ୍ର ୧ ପ୍ରତିଶତ ଆଗରେ ଅଛନ୍ତି। ଏହି ସର୍ବେକ୍ଷଣ ଅନୁଯାୟୀ ୪୪ ପ୍ରତିଶତ ଜନସାଧାରଣ କମଳା ହାରିସଙ୍କୁ ଭୋଟ୍ ଦେଇପାରିବେ ଏବଂ ୪୩ ପ୍ରତିଶତ ଲୋକ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନରେ ଭୋଟ୍ ଦେଇପାରିବେ।
ନିକଟରେ ସିବିସି ନ୍ୟୁଜ୍ ଏବଂ ଏବିସି ନ୍ୟୁଜ୍ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ଏବଂ କମଳା ହାରିସ୍ଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା। ସିବିଏସ୍ ନ୍ୟୁଜ୍ ପୋଲ୍ ସର୍ଭେରେ କମଳା ହାରିସ୍ ଟ୍ରମ୍ପଙ୍କ ଠାରୁ ମାତ୍ର ଗୋଟିଏ ଭୋଟରେ ଆଗୁଆ ଥିଲେ।
କମଳା ହାରିସ୍ (୫୦ ପ୍ରତିଶତ) ଜାତୀୟ ସ୍ତରରେ ଡୋନାଲ୍ଡ ଟ୍ରମ୍ପ (୪୯ ପ୍ରତିଶତ)ଙ୍କ ଠାରୁ ଆଗରେ ଅଛନ୍ତି। ଏବିସି ନ୍ୟୁଜ ସର୍ଭେ ଅନୁଯାୟୀ କମଳା ହାରିସଙ୍କୁ ୫୧ ପ୍ରତିଶତ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ୪୭ ପ୍ରତିଶତ ମିଳିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଆମେରିକାରେ ନିଯୁକ୍ତି ଆଜି ଏକ ବଡ଼ ସମସ୍ୟା ପାଲଟିଛି। ଆମେରିକୀୟ ଜନସାଧାରଣଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ଦଳ ନିଯୁକ୍ତିକୁ ନିର୍ବାଚନୀ ପ୍ରସଙ୍ଗ କରୁଛନ୍ତି।
ସର୍ଭେ ଅନୁଯାୟୀ, ୪୭ ପ୍ରତିଶତ ମତଦାତା ଚାକିରି, ଅର୍ଥନୀତି ଏବଂ ବେରୋଜଗାରୀ ପ୍ରତି ଟ୍ରମ୍ପଙ୍କ ଆଭିମୁଖ୍ୟକୁ ଠିକ୍ ବୋଲି ବିଶ୍ୱାସ କରନ୍ତି। ଏଥିସହିତ ୩୭ ପ୍ରତିଶତ ଜନସାଧାରଣ ଭାବନ୍ତି ଯେ କମଳା ହାରିସ୍ ଏହି ବେକାରୀ ଦୂର କରିବାରେ ଟ୍ରମ୍ପଙ୍କ ଠାରୁ ଭଲ ରାଷ୍ଟ୍ରପତି ହେବେ।
ଅଧିକ ପଢ଼ନ୍ତୁ: ଭାରତୀୟ ବଜାରରେ ସବୁଠାରୁ ମହଙ୍ଗା ଷ୍ଟକ୍