ବେଜିଂ: ଗତ ୨୬ ତାରିଖ ଦିନ ନେପାଳରେ ଘଟିଥିବା ହିମବାହ ଯୋଗୁଁ ବନ୍ୟା ଘଟଣାକୁ ନେଇ ବିଶ୍ବବାସୀ ଚିନ୍ତିତ ଥିବା ବେଳେ ଚୀନରେ ଏକ ବଡ଼ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିଥିବା ରବିବାର ଜଣାପଡ଼ିଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚୀନର ଜିନଜିଆଙ୍ଗ ଅଞ୍ଚଳର ସୀମା ନିକଟରେ ଏକ ବନ୍ଦର ଭୂସ୍ଖଳନ ହୋଇଛି। ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଏହି ବିପର୍ଯ୍ୟୟରେ ୫୪୬ ଜଣ ନିଖୋଜ ଅଛନ୍ତି ବୋଲି ଜଣାପଡିଛି। ରିଲିଫ୍ ଏବଂ ଉଦ୍ଧାର ଦଳ ନିଖୋଜଙ୍କୁ ଖୋଜୁଛନ୍ତି।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଭୂସ୍ଖଳନ ପରେ ୨୩ଟି ଦେଶର ମୋଟ ୨୬୧ ଜଣ ବିଦେଶୀ ନାଗରିକ ଏବେ ବି ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରୁ ନେପାଳରେ ସର୍ବାଧିକ ୧୦୪ ଜଣ ନିଖୋଜ ନାଗରିକ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୪୯ ଜଣ ଭାରତୀୟ, ଲାଟଭିଆର ୩୩ ଜଣ, ଆମେରିକାର ୧୮ ଜଣ ଏବଂ ୟୁକେର ୧୫ ଜଣ ଅଛନ୍ତି। କାନାଡା ଏବଂ ଅଷ୍ଟ୍ରେଲିଆର ମଧ୍ୟ ୬ ଜଣ ନାଗରିକ ନିଖୋଜ ଥିବା ଜଣାପଡ଼ିଛି। ଏହା ବ୍ୟତୀତ, ଦକ୍ଷିଣ ଆଫ୍ରିକାର ଚାରି ଜଣ, ମାଲେସିଆର ତିନି ଜଣ, ଜର୍ମାନୀର ତିନି ଜଣ ଏବଂ ରୁଷର ତିନି ଜଣ ମଧ୍ୟ ନିଖୋଜ ଅଛନ୍ତି। ଆୟର୍ଲ୍ୟାଣ୍ଡ ଏବଂ ଏଷ୍ଟୋନିଆର ଦୁଇଜଣ ଲେଖାଏଁ, ଫ୍ରାନ୍ସ, ନେଦରଲ୍ୟାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ନାଗରିକ ମଧ୍ୟ ନିଖୋଜ ତାଲିକାରେ ଅଛନ୍ତି।
ଅଧିକ ପଢ଼ନ୍ତୁ: ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ