ମାଲକାନଗିରି, ଜାନୁଆରୀ 23 (ଖବର ଓଡିଶା) :
ମାଲକାନଗିରି ଜିଲ୍ଲା ପୋଲିସକୁ ବଡ଼ ସଫଳତା । ମହିଳା ମାଓବାଦୀ ଲାଚି ଖରା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
ମହିଳା ମାଓବାଦୀ ଲାଚି ଖରା ନାଁରେ ବହୁ ମାମଲା ରହିଥିବା ଜଣାପଡିଛି । ଲାଚି ଖରା ପୂର୍ବରୁ ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ହତ୍ୟାକାଣ୍ଡରେ ଜଡିତ ଥିଲେ । ସେ ସ୍ୱାଭିମାନ ଅଞ୍ଚଳ ପଣସପୁଟ ପଞ୍ଚାୟତର ମୁକୁଟପାଳି ଗ୍ରାମର ବୋଲି ଜଣାପଡ଼ିଛି । ଲାଚି ଖରା ମାଓବାଦାଙ୍କ ଖରାପ ଆଚରଣକୁ ନିନ୍ଦା କରିଛନ୍ତି । ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଆତ୍ମ ସମର୍ପଣ କରିଥିବା ଲାଚି ଖରା କହିଛନ୍ତି ।