ମୋଷ୍ଟୱାଣ୍ଟେଡ ବ୍ରାଉନସୁଗାର ମାଫିଆ ମନୋରଞ୍ଜନ ସାହୁକୁ ଗିରଫ କଲା ଖୋର୍ଦ୍ଧା ପୋଲିସ
Khabar Odisha:Khordha-Police-Arrest-Most-Wanted-Brownsugar-Mafia-Manoranjan-Sahu
ଭୁବନେଶ୍ୱର, ଜୁଲାଇ ୮ (ଖବର ଓଡ଼ିଶା)

ଖୋର୍ଦ୍ଧାର ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ମାଫିଆ ମନୋରଞ୍ଜନ ସାହୁକୁ ଜଟଣୀ ବାଇପାସରୁ ଗିରଫ କଲା ଖୋର୍ଦ୍ଧା ପୋଲିସ । ଦଧିମାଛଗାଡିଆ ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ମନୋରଞ୍ଜନକୁ ପୋଲିସ ଗିରଫ କରିବା ବେଳେ ତା ନିକଟରୁ ୩ କିଲୋ ୬୦୨ ଗ୍ରାମ ବ୍ରାଉନ ସୁଗାରକୁ ମଧ୍ୟ ଜବତ କରିଛି ପୋଲିସ ।ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ୫୦ ଲକ୍ଷ ଟଙ୍କା ହେବ । ଏଥି ସହତ ଗୋଟିଏ ପିସ୍ତଲ, ବାଇକ ଏବଂ ନଗଦ ୧୬ ହଜାର ୫ଶହ ଟଙ୍କା ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ଜୁନ ୧୬ରେ ଦଧିମାଛଗାଡିଆ ଲାଲ ପ୍ରଧାନ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା ।ମନୋରଞ୍ଜନକୁ ଧରିବା ପାଇଁ ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ଆଜି ତାକୁ ଗିରଫ କରାଯାଇଥିବା ପ୍ରେସମିଟରେ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି । ୨୦ ବର୍ଷୀୟ ମନୋରଂଜନ ସାହୁ ନାମରେ ରହିଛି ଅନେକ ଅପରାଧିକ ମାମଲା 

  • Tags:

Subscribe

National International State Sports Entertainment