ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ ! ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Khabar Odisha:Jagannath-Express-will-start-before-the-ride--Railway-Minister-Ashwini-Vaishnav-informed
ନୂଆଦିଲ୍ଲୀ, ନଭେମ୍ବର 26(ଖବର ଓଡ଼ିଶା)

ରାଜ୍ୟରେ ଆରମ୍ଭ ହେବ 'ଜଗନ୍ନାଥ ଏକ୍ସପ୍ରେସ' । ଆସନ୍ତା ରଥଯାତ୍ରା ପୂର୍ବରୁ ରାମାୟଣ ଏକ୍ସପ୍ରେସ୍‌ ପରେ ଚାଲିବ 'ଜଗନ୍ନାଥ ଏକ୍ସପ୍ରେସ' ।ଅନ୍ୟପଟେ ରାଜ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ନେଇ ମଧ୍ୟ ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି । ମେଟ୍ରୋ ପାଇଁ ରାଜ୍ୟ ସରକାର ହିଁ ପ୍ରସ୍ତାବ ଦେଇନାହାନ୍ତି ବୋଲି ସେ କହିଛନ୍ତି । ପ୍ରସ୍ତାବ ଆସିଲେ କାମ ହେବ, ରାଜ୍ୟ ସରକାର ଏଯାଏ ପ୍ରସ୍ତାବ ଦେଇନାହାନ୍ତି , ତେଣୁ ହୋଇ ପାରୁନାହିଁ । ମହାପ୍ରଭୁ ଜଗନ୍ନାଥଙ୍କ ଗୌରବମୟ ସଂସ୍କୃତି ପ୍ରଦର୍ଶନ କରିବା ସହ ଓଡ଼ିଆ ଖାଦ୍ୟ, ଭାଷାର ପ୍ରଚାର ପ୍ରସାର ଗରିବ ଏହି ଏକ୍ସପ୍ରେସ୍‌ । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।ସେହିପରି ଓଡ଼ିଶାକୁ ଖୁବ୍ ଶୀଘ୍ର ଆସିବ ‘ବନ୍ଦେ ଭାରତ ଏକ୍ସପ୍ରେସ’ । ଦ୍ରୁତ ଗତିରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଓଡ଼ିଶାକୁ ଆସିବା ପରେ ଲୋକଙ୍କ ସମୟ ବଞ୍ଚିବ ଓ ସୁବିଧାରେ ଯିବାଆସିବା କରିହେବ ବୋଲି ସେ କହିଛନ୍ତି । 

  • Tags:

Subscribe

National International State Sports Entertainment