ପୂର୍ବଦିଲ୍ଲୀ: ପୂର୍ବ ଦିଲ୍ଲୀର ଜାଫ୍ରାବାଦ ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ଯୁକ୍ତିତର୍କ ପରେ ଜଣେ ଯୁବକଙ୍କୁ ଛୁରୀରେ ଭୁସି ହତ୍ୟା କରାଯାଇଛି। ମୃତକଙ୍କ ନାମ ଫରଦିନ୍। ଅଭିଯୁକ୍ତମାନେ ଫେରାର ଅଛନ୍ତି।
ରିପୋର୍ଟ ଅନୁସାରେ ଫରଦିନ୍ ରାସ୍ତାରେ ଦୁଇଜଣ ଯୁବକଙ୍କୁ ପଚାରିଥିଲେ ଯେ ସେମାନେ କେଉଁଠାକୁ ଯାଉଛନ୍ତି। ଏହା ପରେ ସଂପୃକ୍ତ ଦୁଇ ଯୁବକ କ୍ରୋଧାନ୍ବିତ ହୋଇଥିଲେ। ଫରଦିନ୍ଙ୍କୁ ସେମାନେ ଅତର୍କିତ ଆକ୍ରମଣ କରିଥିଲେ। କୁହାଯାଉଛି ଯେ, ଅଭିଯୁକ୍ତମାନେ ପ୍ରଚୁର ମଦ୍ୟପାନ କରିଥିଲେ। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଅଭିଯୁକ୍ତମାନେ ଫେରାର ଅଛନ୍ତି।
ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ହିଂସାତ୍ମକ ଘଟଣା ବାରମ୍ବାର ଦେଖାଯାଉଛି। ଦିଲ୍ଲୀର ସିଭିଲ ଲାଇନ୍ସରେ ଗତ ମଙ୍ଗଳବାର ଦିନ ଡବଲ ମର୍ଡର ହୋଇଥିଲା। ମୃତକମାନେ ଥିଲେ ଅଭିଯୁକ୍ତର ପ୍ରେମିକା ଓ ଏକ ଶିଶୁକନ୍ୟା। ଏହି ମାମଲାରେ ଅଭିଯୁକ୍ତ ପ୍ରେମିକ ନିଖିଲ ଗିରଫ ହୋଇଛି। ଦିଲ୍ଲୀର ମଜନୁକାଟି ଅଞ୍ଚଳରେ ଡବଲ ମର୍ଡର ମାମଲାର ଅଭିଯୁକ୍ତକୁ ପୁଲିସ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି ପୋଲିସ। ଅପରାଧ କରିବା ପରେ ଅଭିଯୁକ୍ତ ଜୀବନ ହାରିବାକୁ ଚେଷ୍ଟା କରିଥିଲା। ଏହା ପରେ ସେ ନିଜ ପୈତୃକ ଗାଁକୁ ଚାଲିଯାଇଥିଲା। ମଙ୍ଗଳବାର ଦିନ ଉତ୍ତର ଦିଲ୍ଲୀର ମଜନୁକାଟି ଅଞ୍ଚଳରେ ୨୨ ବର୍ଷୀୟା ଝିଅ ସୋନାଲ ଏବଂ ଶିଶୁକନ୍ୟା ଶିକାଙ୍କୁ ହତ୍ୟା କରାଯାଇଥିଲା।
ଅଧିକ ପଢ଼ନ୍ତୁ: ବ୍ରାଜିଲ ଉପରେ ପଡ଼ିଲା ଟ୍ରମ୍ପଙ୍କ ଟାରିଫ୍ ବୋମା