ବିଜେବି କଲେଜ ହଷ୍ଟେଲରୁ ଯୁକ୍ତ ୩ ଛାତ୍ରୀଙ୍କ ମୃତଦେହ ଉଦ୍ଧାର,କାରଣ ଅସ୍ପଷ୍ଟ ଭୁବନେଶ୍ୱର , ଜୁଲାଇ 2(ଖବର ଓଡିଶା): Share story: ଯୁକ୍ତ ୩ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ବର ବିଜେବି କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ମୃତ ଛାତ୍ରୀ ଜଣଙ୍କ କଟକର ରୁଚିକା ମହାନ୍ତି ବୋଲି ଜଣାପଡିଛି । କଲେଜର ଛାତ୍ରୀ ଜଣଙ୍କ ଯୁକ୍ତ ୩ ପ୍ରଥମ ବର୍ଷ କଳାର ଛାତ୍ରୀ ଥିଲେ ହେଲେ କେଉଁ କାରଣ ପାଇଁ ଏପରି ନିଷ୍ପତ୍ତି ଆପଣାଇଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ କହିବା ମୁତାବକ ଛାତ୍ରୀ ଜଣକ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ ତେଣୁ ଏହି କାରଣ ହୋଇପାରେ ବୋଲି ଆଶଙ୍କା କରୁଛନ୍ତି । ଖବର ପାଇ ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ପରେ ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି । , , 02/07/2022