ନୂଆଦିଲ୍ଲୀ, ଜୁନ୍ ୨୩ (ଖବର ଓଡ଼ିଶା): ପ୍ରେମ ବିଚିତ୍ର । ବ୍ରିଟେନ୍ର ଜଣେ ମହିଳା ଆମେରିକୀୟ କଏଦୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହ ଆସନ୍ତା କିଛି ବର୍ଷ ପରେ ହେବ । ଯେଉଁ ପୁରୁଷଙ୍କୁ ମହିଳା ବିବାହ କରିବେ, ସେ ଏବେ ହତ୍ୟା ଅଭିଯୋଗରେ ଜେଲରେ ଅଛନ୍ତି । ତାଙ୍କୁ ୨୦ରୁ ୪୦ ବର୍ଷ ଯାଏଁ ଜେଲରେ ରହିବାକୁ ପଡିବ । ଗତ ବର୍ଷ ଡିସେମ୍ବରରେ ମିଶିଗନ ଜେଲରୁ ଏହି ବ୍ୟକ୍ତି ଜଣକ ମହିଳାଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ । ତେଣୁ ଏବେ ପ୍ରଶ୍ନ ଉଠୁଛି ଯେ, ମହିଳା ଜଣକ ନିଜର ଭାବି ସ୍ୱାମୀଙ୍କୁ କେବେ ପାଇବେ ।
୩୨ ବର୍ଷୀୟ ମହିଳା ଲାରା ଓ ସୁଲିଭନ୍ ୩୧ ବର୍ଷୀୟ ଟେରେଲ ରାଭୋନଙ୍କୁ କେବେ ଦେଖିନାହାନ୍ତି । ଲାରା ଟେରେଲଙ୍କୁ ୨୦୨୧ ଅକ୍ଟୋବରରୁ ଜାଣନ୍ତି । ଲାରା ୨୦୨୧ ଅକ୍ଟୋବରରେ ଜେପେ ଆପ୍ କଏଦୀଙ୍କ ପାଇଁ ବ୍ୟବହାର କରୁଥିଲେ । ତାଙ୍କୁ କୌଣସି ବ୍ୟକ୍ତି ମିଳୁ, ଯାହାଦ୍ୱାରା ସେ ରୋମାନ୍ସ କରିବେ । କିନ୍ତୁ ଡିସେମ୍ବରରେ ଟେରେଲ ତାଙ୍କୁ ପ୍ରେମ ପସ୍ତାବ ଦେଇଥିଲେ ।
ଲାରା କୁହନ୍ତି ଯେ, ହତ୍ୟା ଘଟଣାକୁ ୧୦ ବର୍ଷରୁ ମଧ୍ୟ ଅଧିକ ହୋଇଯାଇଛି । ସେହି ସମୟରେ ଟେରେଲ ନାବାଳକ ଥିଲେ । କିନ୍ତୁ ଟେରେଲ ଭଲ ମଣିଷ ହୋଇଯାଇଛନ୍ତି । ଉଭୟ ଫୋନ୍ରେ ୧୫ ମିନିଟ କଥା ହୁଅନ୍ତୁ । ପୂର୍ବରୁ ସେମାନେ ଦିନକୁ ୨ ଥର କଥା ହେଉଥିଲେ । ଉଭୟ ଦୀର୍ଘ ୧୭ ଦିନ କଥାବାର୍ତ୍ତା କରିବା ପରେ ସେମାନଙ୍କ ମଧ୍ୟରେ ଭଲପାଇବା ଆରମ୍ଭ ହୋଇଯାଇଥିଲା । ଲାରା ବ୍ରିଷ୍ଟଲରେ ରହୁନ୍ତି ଏବଂ ତାଙ୍କର ୪ ସନ୍ତାନ ଅଛନ୍ତି । ଲାରା ଟିକ୍ଟକ କରିବା ସମୟରେ ଏକ ଭିଡିଓ ମାଧ୍ୟମରେ ଟେରେଲଙ୍କୁ ଜାଣିଥିଲେ ବୋଲି କୁହନ୍ତି । ଏହା ପରେ ଜେଲ ସହିତ ସଂପର୍କ କରିଥିଲେ । ମୋତେ ଜଣା ନଥିଲା ଯେ, ଜେଲ୍ ଭିତରେ କ’ଣ ଥାଏ । ଏହା ପରେ ମୁଁ ଫଟୋ ସହ ମେସେଜ ପଠାଇଥିଲି । ଟେରେଲ ଜେଲରୁ ମୋତେ ହାତଲେଖା ଚିଠି ପଠାଇଥିଲେ । ଏଥିରେ ସେ ସେ ମୋତେ ପତ୍ନୀ ଭାବେ ସମ୍ବୋଧିତ କରିଥିଲେ । ଏହି ଚିଠି ପଢ଼ିବା ପରେ ମୁଁ ତାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଯାଇଥିଲି । ଏବେ ସେ ଜେଲରୁ ମୁକୁଳିବାର ସମୟକୁ ଅପେକ୍ଷା କରିଛି ।