ନକଲି ପାଇଲଟ ଲାଇସେନ୍ସ ଦୁର୍ନୀତି: ପାକିସ୍ତାନ ଉଡାନ ଉପରେ ୬ ମାସ କଟକଣା ଲଗାଇଲା ୟୁରୋପ
Khabar Odisha:International-Pakistan-International-Airlines-suspended-in-European-Union-for-six-months-over-fake-pilot--licence-scandal

ନୂଆଦିଲ୍ଲୀ, ଜୁଲାଇ ୦୧ (ଖବର ଓଡ଼ିଶା): କରୋନା ଭାଇରସ ସହ ସଂଘର୍ଷ କରୁଥିବା ପାକିସ୍ତାନକୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଛି । ୟୁରୋପୀୟ ସଂଗଠନ ଏୟାର ସେଫ୍ଟି ଏଜେନ୍ସି (ଇଏଏସଏ) ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ (ପିଆଇଏ)କୁ ୟୁରୋପୀୟ ସଂଘରେ ନକଲି ପାଇଲଟ ଲାଇସେନ୍ସ ଦୁର୍ନୀତି କାରଣରୁ ୬ ମାସ ପାଇଁ ନିଲମ୍ବିତ କରିଛି । 

ୟୁରୋପୀୟ ସଂଗଠନ ଏୟାର ସେଫ୍ଟି ଏଜେନ୍ସି (ଇଏଏସଏ) ତରଫରୁ ୬ ମାସ ପାଇଁ କଟକଣା ଲାଗୁ ହେବା ପରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ ବୟାନ ଜାରି କରି କହିଛି ଇଏଏସଏ ୨୦୨୦ ଜୁଲାଇ ୧ ତାରିଖ ଠାରୁ ଆଗାମୀ ୬ ମାସ ଯାଏଁ ୟୁରୋପୀୟ ସଂଘର ସଦସ୍ୟ ଦେଶଦ୍ୱାରା ପରିଚାଳିତ କରିବା ପାଇଁ ପିଆଇଏର ଅନୁମତିକୁ ନିଲମ୍ବିତ କରିଦେଇଛି । ମାତ୍ର ପିଆଇଏ ତରଫରୁ କୁହାଯାଇଛି ଯେ, ପିଆଇଏ ସମ୍ବନ୍ଧିତ ସମସ୍ୟା ଦୂର କରିବା ପାଇଁ ଇଏଏସ ସହ ଲଗାତାର ସଂପର୍କ କରୁଛି । ଆଶା କରାଯାଉଛି ଯେ, ସମସ୍ୟା ଶୀଘ୍ର ଦୂର ହେବ । ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇଇନ୍ସ ତରଫରୁ କୁହଯାଇଛି ଯେ, ପିଆଇଏ ୟୁରୋପରେ ନିଜର ସମସ୍ତ ବିମାନକୁ ଅସ୍ଥାୟୀ ଭାବେ ବନ୍ଦ କରି ଦେଇଛି । 

 

  • Tags:

Subscribe

National International State Sports Entertainment