ଆମେରିକା: ଦିନକରେ ପୁଣି ୧.୧୮ଲକ୍ଷ ନୂଆ କରୋନା ପଜିଟିଭ୍‌, ୧୧୭୦ ମୃତ
Khabar Odisha:International-More-than-118-lakh-corona-positive-in-single-day-in-America

ୱାଶିଂଟନ୍‌, ଡିସେମ୍ବର ୦୩ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ଆମେରିକାରେ ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ୧ ଲକ୍ଷ ୧୮ ହଜାର ୨୯୪ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୫୩ ହଜାର ୧୮୯ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୧୭୦ ଜଣଙ୍କର ମୃତ୍ୟୁ ହୋଇଛି।  

ଆମେରିକାରେ ଏଯାଏଁ ୪ କୋଟି ୯୬ ଲକ୍ଷ ୯୨ ହଜାର ୬୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ କୋଟି ୯୩ ଲକ୍ଷ ୭୧ ହଜାର ୭୫୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୬ ହଜାର ୩୦୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୫ ଲକ୍ଷ ୧୪ ହଜାର ୫୯୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୩ ହଜାର ୪୫୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  

ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ୯୪୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୦ ହଜାର ୧୪୫ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୧୪୧ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଏବେ କୋଟିଏ ୧ କୋଟି ୩୨ ଲକ୍ଷ ୯ ହଜାର ୭୪ ଜଣ କରୋନା ଚିହ୍ନଟ ହୋଇସାରିଥିବା ବେଳେ ଏଥିରୁ ୯୧ ଲକ୍ଷ ୨୬ ହଜାର ୧୨୮ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୧୦ ଲକ୍ଷ ୫୭ ହଜାର ୬୬୫ ଜଣଙ୍କର ଚିକିତ୍ସା ଜାରି ରହିଛି। 

ଜର୍ମାନୀରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ହଜାର ୪୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୪୨ ହଜାର ୧୦୦ ଜଣ ସୁସ୍ଥ ହୋଇଥିଲା ବେଳେ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଜର୍ମାନୀରେ ୯ ଲକ୍ଷ ୪୪ ହଜାର ୧୮୭ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ଏଥିରୁ ୪୬୩୬ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। 

   

 

  • Tags:

Subscribe

National International State Sports Entertainment