ନୂଆଦିଲ୍ଲୀ, ଜାନୁଆରୀ ୨୦ (ଖବର ଓଡ଼ିଶା): କରୋନା ଭାଇରସ୍ ପୁଣି ଉପରମୁହାଁ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୨ ଲକ୍ଷ ୮୦ ହଜାର ୨୧୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୬ ଲକ୍ଷ ୬୫ ହଜାର ୮୭୫ ଜଣ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୮୨୯୯ ଜଣଙ୍କର ମୃତ୍ୟୁ ହୋଇଛି।
ଭାରତ ସମେତ ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୩୩ କୋଟି ୮୯ ଲକ୍ଷ ୫୦ହଜାର ୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଥିବା ବେଳେ ସଂକ୍ରମଣରୁ ୨୭ କୋଟି ୨୬ ଲକ୍ଷ ୨୬ ହଜାର ୪୪୦ ଜଣ ସୁସ୍ଥ ହୋଇସାରିଛନ୍ତି। କରୋନାରେ ୫୫ ଲକ୍ଷ ୮୨ ହଜାର ୪୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ କୋଟି ୭ ଲକ୍ଷ ୪୧ ହଜାର ୧୮୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୬ ହଜାର ୮୬୬ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୩୪ ଲକ୍ଷ ୨୦ ହଜାର ୮୬୧ ସଂକ୍ରମିତ, ୬ ଲକ୍ଷ ୨୧ ହଜାର ୯୨୭ ମୃତ
ବ୍ରିଟେନ: ୧ କୋଟି ୫୫ ଲକ୍ଷ ୬ ହଜାର ୭୫୦ ସଂକ୍ରମିତ, ୧ ଲକ୍ଷ ୫୨ ହଜାର ୮୭୨ ମୃତ
ଫ୍ରାନ୍ସ: ୧ କୋଟି ୫୧ ଲକ୍ଷ ୭୫ ହଜାର ୪୬୪ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୮୬୯ ମୃତ
ରୁଷିଆ: ୧ କୋଟି ୮ ଲକ୍ଷ ୯୯ ହଜାର ୪୧୧ ସଂକ୍ରମିତ, ୩ ଲକ୍ଷ ୨୩ ହଜାର ୩୭୬ ମୃତ
ତୁର୍କୀ: ୧ କୋଟି ୬ ଲକ୍ଷ ୬୪ ହଜାର ୩୭୨ ସଂକ୍ରମିତ, ୮୫ ହଜାର ୨୫୩ ମୃତ
ଇଟାଲି: ୯୨ ଲକ୍ଷ ୧୦ ହଜାର ୭୪୫ ସଂକ୍ରମିତ, ୧ ଲକ୍ଷ ୪୨ ହଜାର ୨୦୫ ମୃତ
ସ୍ପେନ: ୮୬ ଲକ୍ଷ ୭୬ ହଜାର ୯୧୬ ସଂକ୍ରମିତ, ୯୧ ହଜାର ୪୩୭ମୃତ
ଜର୍ମାନୀ: ୮୨ ଲକ୍ଷ ୬୨ ହଜାର ୩୯୮ ସଂକ୍ରମିତ, ୧ ଲକ୍ଷ ୧୬ ହଜାର ୮୬୮ ମୃତ
ଆର୍ଜେଣ୍ଟିନା: ୭୪ ଲକ୍ଷ ୪୬ ହଜାର ୬୨୬ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୬୨୮ ମୃତ