ଗତ 10 ଦିନ ମଧ୍ୟରେ ଏକ କୋଟି କରୋନା ନମୂନା ପରୀକ୍ଷଣ କଲା ଭାରତ, 13 କୋଟି ଟପିଲା ମୋଟ କରୋନା ନମୂନା ପରୀକ୍ଷଣ
Khabar Odisha:In-the-last-10-days-India-has-tested-one-crore-corona-samples
ନୂଆଦିଲ୍ଲୀ, ନଭେମ୍ବର ୨୧ (ଖବର ଓଡ଼ିଶା):

ମହାମାରୀ କରୋନା ଲଢେଇରେ ଭାରତ ପାଇଁ ଆଉ ଏକ ନୂଆ ସଫଳତା । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଦେଶରେ ବର୍ତ୍ତମାନ ଆଉ ଏକ ବଡ ଉପଲବ୍ଧି ହାସଲ କରିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇ ସାରିଲାଣି । ଗତ ୧୦ ଦିନରେ ରେକର୍ଡ ୧ କୋଟି ନମୁନା ପରୀକ୍ଷା କରାଯାଇଛି । ଟେଷ୍ଟିଂ ବଢିଥିବା ବେଳେ ପୂର୍ବ ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । ପଜିଟିଭ୍ ରେଟ୍ କମ୍ରାଗତ ହ୍ରାସ ପାଉଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆଇସିଏମ୍ଆରର ସୂଚନା ଅନୁସାରେ ନଭେମ୍ବର ୨୦ ତାରିଖ ସୁଦ୍ଧା ମୋଟ ୧୩.୦୬ କୋଟି ନମୁନା ପରୀକ୍ଷା ହୋଇଛି ।

  • Tags:

Subscribe

National International State Sports Entertainment