୨୦୧୦ରେ ହାଟ ମଝିରେ ଯୁବକଙ୍କୁ ପିଟି ପିଟି ହତ୍ଯା ଘଟଣା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅଦାଲତ ବାରିପଦା, ସେପ୍ଟେମ୍ବର ୨୨(ଖବର ଓଡିଶା): Share story: ୨୦୧୦ରେ ହାଟ ମଝିରେ ଯୁବକଙ୍କୁ ପିଟି ପିଟି ହତ୍ଯା ଘଟଣା। ଏହି ଘଟଣାରେ ଫେରାର ହତ୍ଯାକାରୀ ଆସାମୀ ଲବବାରୀକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଜୋରିମାନା ଘୋଷଣା କଲେ ରାଇରଙ୍ଗପୁର ଜିଲ୍ଲା ଦୌରା ଜଜ। ସୂଚନା ଅନୁସାରେ, ଗତ ୨୦୧୦ରେ ଜାମଦା ଥାନା ସୁନାମରା ଗାଁରେ ଏହି ହତ୍ଯାକାଣ୍ଡ ହୋଇଥିଲା। ଗାଁର ମକରା ପୂର୍ତ୍ତିଙ୍କ ସ୍ତ୍ରୀକୁ ହାଟ ମଝିରେ ମୁଣ୍ଡରେ ସିନ୍ଦୁର ଲଗାଇଥିଲେ ମୃତକ। ଏହି ଘଟଣାକୁ ନେଇ କରିଥିଲେ ଅଭିଯୁକ୍ତ ଲବ ବାରୀଙ୍କ ସହିତ ତାର ୪ ଜଣ ସହଯୋଗୀ ଅଭିଯୁକ୍ତ ହାଟ ମଝିରେ ସମସ୍ତଙ୍କ ସାମ୍ନାରେ ଯୁବକଙ୍କୁ ପିଟିପିଟି ହତ୍ଯା କରିଥିଲେ। ଖବର ଓଡ଼ିଶା, Reporter, 22/09/2022