ନୂଆଦିଲ୍ଲୀ: ଆଇସିସି ଟି-୨୦ ଖେଳାଳିଙ୍କ ପାଇଁ ରାଙ୍କିଙ୍ଗ ପ୍ରକାଶ କରିଛି। ଭାରତର ବିସ୍ଫୋରକ ଓପନର ଅଭିଷେକ ଶର୍ମା ଏବଂ ଇଶାନ କିଶାନ ସଦ୍ୟତମ ରାଙ୍କିଙ୍ଗରେ ଶୀର୍ଷ ଦୁଇଟି ସ୍ଥାନ ଅଧିକାର କରିଛନ୍ତି। ଅଭିଷେକ ଶର୍ମା ୮୭୫ ପଏଣ୍ଟ ସହିତ ବିଶ୍ୱର ନମ୍ବର ୧ ବ୍ୟାଟସମ୍ୟାନ୍ ହୋଇଥିବା ବେଳେ ଈଶାନ କିଶାନ ୮୭୧ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତିଲକ ବର୍ମା ଟପ୍ ୧୦ରେ ଷଷ୍ଠ ସ୍ଥାନରେ ଅଛନ୍ତି। ଭାରତର ଟି-୨୦ ଅନ୍ତର୍ଜାତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଦ୍ୟତମ ଆଇସିସି ରାଙ୍କିଙ୍ଗରେ ସପ୍ତମ ସ୍ଥାନରେ ଅଛନ୍ତି। ପୂର୍ବତନ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଅଷ୍ଟମ ଏବଂ ନ୍ୟୁଜିଲ୍ୟାଣ୍ଡର ଟିମ୍ ସେଫର୍ଟ ନବମ ସ୍ଥାନରେ ଅଛନ୍ତି। ତଥାପି, ଦକ୍ଷିଣ ଆଫ୍ରିକୀୟ ବ୍ୟାଟସମ୍ୟାନ୍ କନୋର ଏଷ୍ଟରହୁଇଜେନ୍ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ମାରିଛନ୍ତି, ପୂର୍ବରୁ ଟପ୍ ୧୦୦ ବାହାରେ ଥିଲେ, କିନ୍ତୁ ଏବେ ସେ ୩୯ତମ ସ୍ଥାନରେ ପହଞ୍ଚିଛନ୍ତି।
ଆଇସିସି ଦ୍ୱାରା ପ୍ରକାଶିତ ସଦ୍ୟତମ ଟି୨୦ ରାଙ୍କିଙ୍ଗରେ ଆଫଗାନିସ୍ତାନର ଟି୨୦ ଆନ୍ତର୍ଜାତୀୟ ଅଧିନାୟକ ରସିଦ ଖାନ ବୋଲର ତାଲିକାର ଶୀର୍ଷରେ ଅଛନ୍ତି। ଭାରତର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଦ୍ୱିତୀୟ ଏବଂ ଦ୍ରୁତ ବୋଲର ଜସପ୍ରିତ ବୁମରାହ ପଞ୍ଚମ ସ୍ଥାନରେ ଅଛନ୍ତି। ଅଲରାଉଣ୍ଡର ତାଲିକାରେ ଜିମ୍ବାୱେର ଅଧିନାୟକ ସିକନ୍ଦର ରାଜା ଶୀର୍ଷରେ ଅଛନ୍ତି ଏବଂ ଭାରତର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ଶ୍ରେଷ୍ଠ ୧୦ ବ୍ୟାଟସମ୍ୟାନ
- ଅଭିଷେକ ଶର୍ମା (ଭାରତ) - ୮୭୫ ପଏଣ୍ଟ
- ଈଶାନ କିଶନ (ଭାରତ) - ୯୭୧ ପଏଣ୍ଟ
- ସାହିବଜାଦା ଫରହାନ (ପାକିସ୍ତାନ) - ୮୪୮ ପଏଣ୍ଟ
- ଫିଲ୍ ସଲ୍ଟ (ଇଂଲଣ୍ଡ) - ୭୯୨ ପଏଣ୍ଟ
- ପଥୁମ୍ ନିସାଙ୍କା (ଶ୍ରୀଲଙ୍କା) - ୭୬୬ ପଏଣ୍ଟ
- ତିଲକ ବର୍ମା (ଭାରତ) - ୭୪୨ ପଏଣ୍ଟ
- ସୂର୍ଯ୍ୟକୁମାର ଯାଦବ (ଭାରତ) - ୭୨୨ ପଏଣ୍ଟ
- ଜୋସ୍ ବଟଲର୍ (ଇଂଲଣ୍ଡ) - ୭୧୬ ପଏଣ୍ଟ
- ଟିମ୍ ସେଫର୍ଟ (ନ୍ୟୁଜିଲାଣ୍ଡ) - ୭୧୨ ପଏଣ୍ଟ
- ଡେୱାଲ୍ଡ ବ୍ରୁଇସ୍ (ଦକ୍ଷିଣ ଆଫ୍ରିକା) - ୭୦୨ ପଏଣ୍ଟ
ଶ୍ରେଷ୍ଠ-୧୦ ବୋଲରଙ୍କ ତାଲିକା
- ରସିଦ ଖାନ (ଆଫଗାନିସ୍ତାନ) - ୭୫୩ ପଏଣ୍ଟ
- ବରୁଣ ଚକ୍ରବର୍ତ୍ତୀ (ଭାରତ) - ୭୪୨ ପଏଣ୍ଟ
- ଅବରାର ଅହମ୍ମଦ (ପାକିସ୍ତାନ) - ୭୩୬ ପଏଣ୍ଟ
- ଆଦିଲ ରସିଦ (ଇଂଲଣ୍ଡ) - ୭୨୧ ପଏଣ୍ଟ
- ଜସପ୍ରିତ ବୁମରାହ (ଭାରତ) - ୭୦୨ ପଏଣ୍ଟ
- ଆଡାମ ଜାମ୍ପା (ଅଷ୍ଟ୍ରେଲିଆ) - ୬୮୨ ପଏଣ୍ଟ
- କର୍ବିନ୍ ବୋଶ୍ (ଦକ୍ଷିଣ ଆଫ୍ରିକା) - ୬୬୯ ପଏଣ୍ଟ
- ମାଥ୍ୟୁ ଫୋର୍ଡ (ୱେଷ୍ଟଇଣ୍ଡିଜ୍) - ୬୬୭ ପଏଣ୍ଟ
- ମୁସ୍ତାଫିଜୁର ରହମାନ (ବାଂଲାଦେଶ) - ୬୬୫ ପଏଣ୍ଟ
- ମୁଜୀବ ଉର ରହମାନ (ଆଫଗାନିସ୍ତାନ) - ୬୬୩ ପଏଣ୍ଟ
ଅଲରାଉଣ୍ଡରଙ୍କ ଶୀର୍ଷ ୧୦ ତାଲିକା
- ସିକନ୍ଦର ରାଜା (ଜିମ୍ବାୱେ) - ୩୨୮ ପଏଣ୍ଟ
- ହାର୍ଦ୍ଦିକ ପାଣ୍ଡ୍ୟା (ଭାରତ) - ୨୯୯ ପଏଣ୍ଟ
- ସୈମ ଆୟୁବ (ପାକିସ୍ତାନ) - ୨୭୫ ପଏଣ୍ଟ
- ଦୀପେନ୍ଦ୍ର ସିଂହ ଐରୀ (ନେପାଳ) - ୨୪୪ ପଏଣ୍ଟ
- ଆଜମାତୁଲ୍ଲା ଉମରଜାଇ (ଆଫଗାନିସ୍ତାନ) - ୨୪୧ ପଏଣ୍ଟ
- ରୋଷ୍ଟନ ଚେଜ୍ (ୱେଷ୍ଟଇଣ୍ଡିଜ୍) - ୨୩୯ ପଏଣ୍ଟ
- ମହମ୍ମଦ ନବି (ଆଫଗାନିସ୍ତାନ) - ୨୦୯ ପଏଣ୍ଟ
- ମିଚେଲ ସାଣ୍ଟନର (ନ୍ୟୁଜିଲାଣ୍ଡ) - ୨୦୪ ପଏଣ୍ଟ
- ମହମ୍ମଦ ନୱାଜ (ପାକିସ୍ତାନ) - ୨୦୩ ପଏଣ୍ଟ
- ରୋମାରିଓ ସେଫର୍ଡ (ୱେଷ୍ଟଇଣ୍ଡିଜ୍) - ୧୯୭ ପଏଣ୍ଟ
ଅଧିକ ପଢ଼ନ୍ତୁ: ଇଣ୍ଡୋନେସିଆରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ