କୋଲକାତା: ପଶ୍ଚିମବଙ୍ଗର ହଳଦିଆ ରିଫାଇନାରୀରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି। ମଙ୍ଗଳବାର ଭୋର ୪ଟାରୁ ୪ଟା୩୦ ମଧ୍ୟରେ ନାଫ୍ଥା ବହନ କରୁଥିବା ଏକ ପାଇପଲାଇନରେ ନିଆଁ ଲାଗିଛି। ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ବାସିନ୍ଦା ଏବଂ କାରଖାନା ଅଧିକାରୀମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ହଳଦିଆ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଛି। କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଏବଂ ଅଧିକ ସୂଚନା ଅପେକ୍ଷା କରାଯାଇଛି।
ଏହି ବଡ଼ ଅଗ୍ନିକାଣ୍ଡରେ ଅତି କମରେ ୧୫ ଜଣ ଶ୍ରମିକ ଆହତ (ପୋଡ଼ି) ହୋଇଥିବା ଜଣାପଡ଼ିଛି। ଅଧିକ ସୂଚନା ଅପେକ୍ଷା କରାଯାଇଛି। ଘଟଣା ଜଣାପଡ଼ିବା ମାତ୍ରେ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଅଗ୍ନି ନିର୍ବାପନ କାର୍ଯ୍ୟ ଚାଲିଛି। ସୂଚନା ଅନୁଯାୟୀ, ନାଫ୍ଥା ହେଉଛି ଅଶୋଧିତ ତୈଳ ବିଶୋଧନରୁ ପ୍ରାପ୍ତ ଏକ ଅତ୍ୟନ୍ତ ଅସ୍ଥିର ଏବଂ ଜ୍ୱଳନଶୀଳ ହାଇଡ୍ରୋକାର୍ବନ ତରଳ ପଦାର୍ଥ। ଏହା ପେଟ୍ରୋଲ ପୂର୍ବରୁ ଉତ୍ପାଦନ କରାଯାଏ, ଏହାର ମୁଖ୍ୟ ବ୍ୟବହାର ପେଟ୍ରୋକେମିକାଲ୍ ଶିଳ୍ପରେ ପ୍ଲାଷ୍ଟିକ୍, ରବର ତିଆରି ଏବଂ ପେଟ୍ରୋଲର ଗୁଣବତ୍ତା ଉନ୍ନତ କରିବା ପାଇଁ କଞ୍ଚାମାଲ ଭାବରେ କରାଯାଏ।
ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ପୁଣି ଅଗ୍ନିକାଣ୍ଡ: ଜଳିଗଲା ୨୦ ଦୋକାନ, କାରଣ ଅସ୍ପଷ୍ଟ