ନୂଆଦିଲ୍ଲୀ: ଗୋଆର କୃଷି ମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଏକଙ୍କ ଆଜି ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ ଜଣାପଡିଛି ଯେ ସେ ହୃଦଘାତରେ ପୀଡିତ ହୋଇଥିଲେ, ଯାହା ଫଳରେ ତାଙ୍କ ମୃତ୍ୟୁ ୭୯ ବର୍ଷ ବୟସରେ ହୋଇଥିଲା।
ରବି ନାଏକଙ୍କ ଘର ଗୋଆର ରାଜଧାନୀ ପାଣାଜୀରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ହୃଦଘାତ ସମୟରେ ସେ ଘରେ ଥିଲେ। ତାଙ୍କୁ ତୁରନ୍ତ ପୋଣ୍ଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତଥାପି, ଡାକ୍ତରମାନେ ତାଙ୍କୁ ରାତି ପ୍ରାୟ ୧ଟାରେ ମୃତ ଘୋଷଣା କରିଥିଲେ।
ରବି ନାଏକଙ୍କ ମରଶରୀରକୁ ପୋଣ୍ଡାର ଖରପାବନ୍ଧସ୍ଥିତ ତାଙ୍କ ବାସଭବନକୁ ଅଣାଯିବ। ଶବଦାହ ସମୟରେ ହଜାର ହଜାର ଲୋକ ଶ୍ରଦ୍ଧାଞ୍ଜଳି ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।
ରବି ନାଏକଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ରବି ନାଏକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି। ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଗୋଆର ବିକାଶରେ ରବି ନାଏକଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା।
ଅଧିକ ପଢ଼ନ୍ତୁ: ଭାରତୀୟ-ଆମେରିକୀୟ ବିଶେଷଜ୍ଞ ଆଶଲି ଟେଲିସ୍ ଗିରଫ