ଗଞ୍ଜାମ ଜିଲ୍ଲାରେ ଅପରାହ୍ନ 4 ଟାରୁ ସକାଳ 6 ଟା ଯାଏଁ ସଟ୍ ଡାଉନ୍, ଗାଡ଼ି ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧକ
Khabar Odisha:Ganjam-shut-down-from-4-pm-to-6-am
ଗଞ୍ଜାମ, ଜୁଲାଇ 2 ( ଖବର ଓଡ଼ିଶା):

 କରୋନା କଟକଣା କଡ଼ାକଡ଼ି ହେଲା ଗଞ୍ଜାମ ଜିଲ୍ଲାରେ । କରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମ ଜିଲ୍ଲାରେ ଅପରାହ୍ନ ୪ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ରହିବ । ସଟ୍ ଡାଉନ୍ ସମୟରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ । 

ଗଞ୍ଜାମ ଜିଲ୍ଲାରେ କେବଳ ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏହି ସମୟରେ ଜନଗହଳିକୁ ଦୂରରେ ରଖାଯିବ । ବେଖାତିରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।ସେହିପରି ଏହି ସଟ୍ ଡାଉନ୍ ସମୟରେ ଅନ୍ତଃଜିଲ୍ଲା ଗାଡି ଚଳାଚଳ ଉପରେ କଟକଣା ରହିବ ।   ସାଧାରଣ ଲୋକଙ୍କ ପାଇଁ ସରକାରୀ କାର୍ଯ୍ୟାଳୟ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ରାସ୍ତା କଡରେ ଉଠା ଦୋକାନ ବନ୍ଦ ରହିବ । ଏହି ସମୟ ରେ ଜରୁୀକାଳୀନ ସେବା ଜାରି ରହିବ ।

ମାସ୍କ ପରିଧାନ ସହ ସାମାଜିକ ଦୂରତ୍ବ ରକ୍ଷା କରନ୍ତୁ ଓ ଜିଲ୍ଲା ପ୍ରଶାସନର ଗାଇଡ୍ ଲାଇନକୁ ମାନିବାକୁ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଏହାର ବ୍ୟତିକ୍ରମ ଘଟିଲେ ପୁଣି ଥରେ ସଟ୍ ଡାଉନ୍ ସମ୍ଭାବନା ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

  • Tags:

Subscribe

National International State Sports Entertainment