ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାର ଟ୍ରାନ୍ସ ଯମୁନାର ଝରଣା ନାଲା ଅଞ୍ଚଳରେ ଏକ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଫିରୋଜାବାଦରୁ ଆମ୍ବ ବୋଝେଇ ଏକ ଗାଡ଼ି ନିୟନ୍ତ୍ରଣ ବାହାରକୁ ଯାଇ ସର୍ଭିସ୍ ରୋଡ୍ ଉପରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇ ଓଲଟି ପଡ଼ିଛି।
ଦୁର୍ଘଟଣାରେ ରାଜେଶ (୫୫), ହରିବାବୁ (୬୫) ଏବଂ ରାମେଶ୍ୱରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଭିତରେ ଫସି ଯାଇଥିଲେ। ଦୁର୍ଘଟଣା ପରେ ହାଇୱେରେ ଲମ୍ବା ଜାମ୍ ହୋଇଥିଲା। ପୋଲିସ କ୍ରେନ୍ ସାହାଯ୍ୟରେ ଗାଡ଼ିଟିକୁ ହଟାଇ ଟ୍ରାଫିକ୍ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ କଣ୍ଡକ୍ଟରଙ୍କ ଅବସ୍ଥା ଗୁରୁତର, ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମ୍ୟାକ୍ସରେ ଦୁଇଜଣ ଥିଲେ। ତିନି ଜଣ ଲୋକ ଡିଭାଇଡରରେ ବସିଥିଲେ। ଡ୍ରାଇଭର ନିଦରେ ଶୋଇବା ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଗାଡ଼ି କାଟି ଡ୍ରାଇଭରଙ୍କୁ ବାହାର କରାଯାଇଛି। ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଛି। କଣ୍ଡକ୍ଟରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ପଠାଯାଇଛି। ଘଣ୍ଟାଏ ପରିଶ୍ରମ ପରେ ଡ୍ରାଇଭରଙ୍କ ମୃତଦେହ ବାହାର କରାଯାଇଛି।
ଅଧିକ ପଢ଼ନ୍ତୁ: ସବୁଠାରୁ ବାସଯୋଗ୍ୟ ସହର ଡେନ୍ମାର୍କର କୋପେନହେଗନ୍