ବିଲରୁ ଚାଷୀର ମୃତଦେହ ଉଦ୍ଧାର
Khabar Odisha:Farmer-found-dead-in-Boudh
ବୌଦ୍ଧ,ଜୁଲାଇ 9 (ଖବର ଓଡ଼ିଶା):


ବିଲରୁ ଚାଷୀଙ୍କ ଶବ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଳେଶ୍ୱର ଗ୍ରାମରେ । ମୃତ ଚାଷୀ ଜଣକ ହେଉଛନ୍ତି ନରେନ୍ଦ୍ର ଡାଙ୍ଗ । ସୂଚନା ଅନୁଯାୟୀ ଆଜି ନରେନ୍ଦ୍ର ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସବୁଦିନ ୯ ପୂର୍ବରୁ ଚାଷକାମ ସାରି ଘରକୁ ଫେରିଥିଲେ । ଆଜି ବିଳମ୍ବ ହେବାରୁ ତାଙ୍କ ପତ୍ନୀ ଜମିକୁ ଯାଇ ଦେଖିବା ବେଳକୁ ନରେନ୍ଦ୍ରଙ୍କ ଶବ ଚାଷ ଜମି ପାଣିରେ ବୁଡି ରହିଛି । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ବାହାରକୁ ଅଣାଯାଇଥିଲା । ମାତ୍ର ସେତେବେଳକୁ ତାଙ୍କର ପ୍ରାଣବାୟୁ ନଥିଲା । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ଏବେ ରହସ୍ୟ ଘେରରେ । ତେବେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୋଲିସ ପହଁଚି ନଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment