ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦେଲେ ନର୍ସ, ଡାକ୍ତର କହିଲେ ,"ସବୁ ଔଷଧ ଗୋଟି ଗୋଟି କରି ଦେଖି ହେବ ନାହଁ ’
Khabar Odisha:Expired-Saline-Administered-To-Patient-In-Odisha
ମୟୂରଭଞ୍ଜ, ଡିସେମ୍ବର ୧୬ (ଖବର ଓଡ଼ିଶା):

ପୁଣି ସ୍ୱାସ୍ଥ୍ୟବିଭାଗର ନଗ୍ନଦୃଶ୍ୟ ସାମନାକୁ ଆସିଛି । ଏକ୍ସପାଏରୀ ସାଲାଇନ୍ ଦିଆଯାଇ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଛି। ଏପରି ଏକ ଅଭିଯୋଗ ହୋଇଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। 

ଗୋଟିଏ ପଟେ ଆମେ ଔଷଧ କିଣିଲା ବେଳେ ତାହାର ବ୍ୟାଚ ନମ୍ବର ଓ ଏକ୍ସପାଏରୀ ତାରିଖ ଦେଖି କିଣିବା ଉଚିତ ବୋଲି ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଅନ୍ୟପଟେ ଡାକ୍ତର ଓ ନର୍ସ ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦେଉଛନ୍ତି । ଏକ୍ସପାଏରୀ ଔଷଧ ସ୍ୱାସ୍ଥ୍ୟ ସୁଧାରିବା ବଦଳରେ ଆହୁରି ବିଗାଡ଼ି ଦେଇଥାଏ । ତେବେ ସ୍ଥାନୀୟ ଦୁଣ୍ଡୁରିଆ ଗାଁର ନରେନ୍ଦ୍ରନାଥ ମହାନ୍ତି ଡାଇରିଆରେ ଆକ୍ରାନ୍ ହୋଇ ଗତକାଲି ଚିକିତ୍ସା ପାଇଁ କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଘଟଣାଟି ଜଣାପଡ଼ିବା ପରେ ଉତ୍ତେଜନା ସୃଷ୍ଟି ହୋଇଛି । 

କିନ୍ତୁ ଏହି ପ୍ରସଙ୍ଗରେ ପଚାରିବାରୁ ଡାକ୍ତର କହିଲେ- ‘ଦିଦି ଭୁଲ୍ ବଶତଃ ଦେଇଛନ୍ତି। ଡାକ୍ତର ସବୁ ଔଷଧ ଗୋଟିଏ ଗୋଟିଏ ଦେଖି ପାରିବେ ନାହିଁ।’

  • Tags:

Subscribe

National International State Sports Entertainment