ୱାଶିଂଟନ୍, ଜୁନ୍ ୩୦ (ଖବର ଓଡ଼ିଶା): ପ୍ରସିଦ୍ଧ ଆମେରିକୀୟ କଣ୍ଠଶିଳ୍ପୀ ଆର କେଲିଙ୍କୁ ମହିଳା, ଯୁବତୀ, ବାଳକଙ୍କ ସହିତ ଯୌନଶୋଷଣ କରିବାକୁ ନେଇ ୩୦ ବର୍ଷ ଜେଲଦଣ୍ଡ ମିଳିଛି । ତାଙ୍କ ବିରୋଧରେ ବିଗତ ୨୦ ବର୍ଷ ହେଲା କୋର୍ଟରେ ମାମଲା ଚାଲିଥିଲା । ୫୫ ବର୍ଷୀୟ କଣ୍ଠଶିଳ୍ପୀ ୯ଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ବ୍ରୁକଲିନ ଫେଡରାଲ କୋର୍ଟରେ ଜଷ୍ଟିସ ଏନ୍ ଡୋନେଲୀଙ୍କ ଦ୍ୱାରା ଦଣ୍ଡ ମିଳିଛି ।
ନ୍ୟୁୟର୍କର ପୂର୍ବ ଜିଲ୍ଲାର ଆମେରିକୀୟ ଅଟର୍ଣ୍ଣି କାର୍ଯ୍ୟାଳୟ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି ଯେ, ଆର କେଲିଙ୍କୁ ୩୦ ବର୍ଷର ଜେଲ ଦଣ୍ଡ ମିଳିଛି । ଅଭିଯୋଗକାରୀମାନେ ଅତିକମରେ ୨୫ ବର୍ଷ ପାଇଁ ଜେଲଦଣ୍ଡ ଦାବି କରିଥିଲେ । କାରଣ ତାଙ୍କ କହିବା ଅନୁସାରେ ସେ ଲୋକଙ୍କ ପାଇଁ ବିପଦ ଥିଲେ । କେଲିଙ୍କୁ ଶିକାଗୋରେ ମଧ୍ୟ ଅନ୍ୟ ଏକ ମୋକଦ୍ଦମାକୁ ସାମ୍ନା କରିବାକୁ ପଡୁଛି, ଯାହାକି ଅଗଷ୍ଟ ୧୫ରୁ ଆରମ୍ଭ ହେବ । ଜଜ ୪୫ ଜଣ ସାକ୍ଷ୍ୟଙ୍କ ବାନକୁ କେନ୍ଦ୍ର କରି ନିଜୟ ଫଇସଲା ଶୁଣାଇଥିଲେ ।