ୱାଶିଂଟନ୍: ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ସମସ୍ତ ସାତଟି ରାଜ୍ୟରେ ଆଗୁଆ ଅଛନ୍ତି। ଟ୍ରେଣ୍ଡ ଅନୁଯାୟୀ ଟ୍ରମ୍ପ ପେନସିଲଭାନିଆ, ମିଚିଗାନ୍, ୱିସକନ୍ସିନ୍, ଜର୍ଜିଆ, ନେଭାଡା, ଆରିଜୋନା ଏବଂ ନର୍ଥ କାରୋଲିନାରେ ସଫଳତା ହାସଲ କରିଛନ୍ତି।
ଫକ୍ସ ନ୍ୟୁଜ୍ ଅନୁଯାୟୀ ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପପୁଣି ଥରେ ଆଗୁଆ ଥିବା ଜଣାପଡିଛି। ଡୋନାଲ୍ଡ ଟ୍ରମ୍ପଙ୍କୁ ଏପର୍ଯ୍ୟନ୍ତ ୨୪୮ ଇଲେକ୍ଟୋରାଲ କଲେଜ ଭୋଟ୍ ମିଳିଥିବା ବେଳେ କମଳା ହାରିସଙ୍କୁ ୨୧୬ ଇଲେକ୍ଟୋରାଲ କଲେଜ ଭୋଟ୍ ମିଳିଛି। କାଲିଫର୍ଣ୍ଣିଆ ଏବଂ ୱାଶିଂଟନର ଟ୍ରେଣ୍ଡ କମଳା ହାରିସଙ୍କ ସଂଖ୍ୟାରେ ଉନ୍ନତି ଆଣିଛି, କିନ୍ତୁ ସେ ଏବେ ବି ଟ୍ରମ୍ପଙ୍କ ଠାରୁ ପଛରେ ଅଛନ୍ତି।
ଗୋଟିଏ ପଟେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ଅଭିଭାଷଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି। ଅନ୍ୟପକ୍ଷରେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ମଧ୍ୟ ତାଙ୍କ ଅଭିଭାଷଣକୁ ସ୍ଥଗିତ ରଖିଛନ୍ତି। ଭାରତୀୟ ସମୟ ଅନୁଯାୟୀ ଟ୍ରମ୍ପ ଏବେ ଆମେରିକାରେ ବିଳମ୍ବିତ ସନ୍ଧ୍ୟାରେ ସମର୍ଥକଙ୍କୁ ସମ୍ବୋଧିତ କରିବେ। ସେପଟେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି।
ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୫ଟି ରାଜ୍ୟରେ ୨୪ଟି ବିଜୟ ସହ ଆଗୁଆ ଅଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ଏପର୍ଯ୍ୟନ୍ତ ୧୭ଟି ରାଜ୍ୟରେ ବିଜୟୀ ହୋଇଛନ୍ତି। ଏହା ସହ ସେ ୩ଟି ରାଜ୍ୟରେ ଆଗୁଆ ଅଛନ୍ତି।
କାଲିଫର୍ଣ୍ଣିଆରେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ ୬୦ ପ୍ରତିଶତରୁ ଅଧିକ ଭୋଟ ପାଇ ଆଗୁଆ ଅଛନ୍ତି। ତେବେ ଭୋଟ ଗଣତି ଜାରି ରହିଥିବା ବେଳେ ପ୍ରାୟ ୪୦ ପ୍ରତିଶତ ଭୋଟ ଗଣତି ବାକି ରହିଛି।