ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ବଢ଼ୁଥିବା ଚିନ୍ତାର ବିଷୟ ପାଲଟିଛି। ଶନିବାର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୦୦ ଅତିକ୍ରମ କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଦିଲ୍ଲୀର ଆନନ୍ଦ ବିହାରରେ ଆଜି ସକାଳେ ଏକ୍ୟୁଆଇ ୪୧୨ ରେକର୍ଡ କରାଯାଇଛି, ଯାହା ‘ଗମ୍ଭୀର’ ବର୍ଗରେ ପଡ଼ିଥାଏ। ଏହା ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି କରୁଛି। ଗ୍ରେପ୍ ୨ ଅଧୀନରେ ବିଭିନ୍ନ ଅଞ୍ଚଳରେ ସ୍ପ୍ରିଙ୍କଲର ସିଷ୍ଟମ ବ୍ୟବହାର କରାଯାଉଛି।
ଏହି ସମୟରେ ରାଜଧାନୀର ପାଞ୍ଚଟି ଅଞ୍ଚଳ, ଚାନ୍ଦନୀ ଚୌକ, ବାୱାନା, ଶାଦିପୁର, ୱାଜିରପୁର ଏବଂ ପଞ୍ଜାବୀ ବାଗର ବାୟୁ ଗୁଣବତ୍ତା ସୂଚକାଙ୍କ ରେଡ୍ ଜୋନରେ ରହିଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ ଅତିକ୍ରମ କରିଛି |
କେଉଁଠି କେମିତି ସ୍ଥିତି
ଆନନ୍ଦ ବିହାର ୪୧୨
ଅଶୋକ ବିହାର ୨୮୧
ଆଲିପୁର ୨୯୨
ବାୱାନା ୩୨୨
ବୁରାରୀ ୨୮୮
ଚାନ୍ଦନୀ ଚକ୍ ୩୧୫
ଦ୍ୱାରକା ୨୭୧
ମୁଣ୍ଡକା ୨୭୩
ଶାଦିପୁର ୩୨୮
ନରେଲା ୨୬୪
ୱାଜିରପୁର ୩୩୨
ଆରକେ ପୁରାମ ୨୬୫
ପ୍ରତାପଗଂଜ ୨୬୨
ପଞ୍ଜାବୀ ବାଗ ୩୦୦
ଅଧିକ ପଢ଼ନ୍ତୁ: ଗ୍ରେ ତାଲିକାରୁ ବାଦ ଦେବା ଅର୍ଥ ଆତଙ୍କବାଦକୁ ପାଣ୍ଠି ଯୋଗାଇବାରୁ ମୁକ୍ତ ନୁହେଁ