କଟକ , ଜୁଲାଇ 2(ଖବର ଓଡିଶା):
ରାଜ୍ୟରେ ସଂକ୍ରମଣ ଧିରେ ଧିରେ ବଢୁଥିବା ବେଳେ ବର୍ତ୍ତମାନ ଭୁବନେଶ୍ବର ପରେ କଟକରେ ବାଧ୍ୟତାମୂଳକ କରାଯାଇଛି ମାସ୍କ ପିନ୍ଧିବା । କେବଳ ଏତିକି ନୁହେଁ ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦୋକାନ, ସପିଙ୍ଗ୍ ମଲ୍ରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ଏହା ଉପରେ ଦୋକାନ ଏବଂ ମଲ୍ ମାଲିକ ନଜର ରଖିବେ । ଏଥିସହିତ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି ।
ସରକାରୀ ଏବଂ ବେସରକାରୀ ଅଫିସ ବା ସଂସ୍ଥାରେ କୋଭିଡ ନିୟମ କଡାକଡି ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ସୁଚନା ଅନୁସାରେ ରାଜ୍ୟରେ ୧୦-୧୫ ଦିନ ହେବ ବଢୁଛି ହେଲେ ପ୍ରୋଗ୍ରେସ ସ୍ଲୋ ଅଛି ।
ହସ୍ପିଟାଲିଟି ବଢିନାହିଁ କି ଫାଟାଲିଟି ମଧ୍ୟ ବଢ଼ିନାହିଁ । ଆମ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟରେ ବେଶୀ ବଢୁଛି । ତେଣୁ ଆମେ ଧର୍ୟ୍ୟହରା ହେବା ନାହିଁ । କୋଭିଡ ପାଇଁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି ।
ତେଣୁ ଜନସାଧାରଣ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ।