ଏକକାଳୀନ ୨୫ଟି ସ୍କୁଲରେ ପାଠପଢ଼ାଇ ଗିରଫ ହେଲେ ଶିକ୍ଷୟିତ୍ରୀ, କୋଟିଏ ଟଙ୍କା ନେଇଗଲେ
Khabar Odisha:Crime-Uttar-Pradesh-Kasganj-teacher-scam-Anamika-Shukla-arrested-who-involved-in-one-crore-fraud

ନୂଆଦିଲ୍ଲୀ, ଜୁନ ୦୭ (ଖବର ଓଡ଼ିଶା): ଉତ୍ତର ପ୍ରଦେଶରେ ଜଣେ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ୨୫ଟି ସ୍କୁଲରେ ହୋଇଥିବା ନେଇ ସରକାରଙ୍କ ନିଦ ହଜିଯାଇଛି । ଅନାମିକା ଶୁକ୍ଲା ନାମରେ ଏହି ଶିକ୍ଷୟିତ୍ରୀ ଜଣକ ୨୫ଟି ସ୍କୁଲରେ କାର୍ଯ୍ୟରତ ଥିଲେ ଏବଂ ୧୩ ମାସ ମଧ୍ୟରେ ଏକ କୋଟି ଟଙ୍କା ଦରମା ନେଇସାରିଥିଲେ । ସୂଚନା ମିଳିବା ପରେ ପୋଲିସ ଅନାମିକା ଶୁକ୍ଲାକୁ ଗିରଫ କରିଛି । କାସଗଂଜ ପୋଲିସ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କରିଛି ।   

ବେସିକ ଶିକ୍ଷା ବିଭାଗ ଶିକ୍ଷକଙ୍କମାନଙ୍କର ଡାଟାବେସ ପ୍ରସ୍ତୁକ କରୁଛି । ଏହା ପରେ ବିଭାଗକୁ ଅନାମିକା ଶୁକ୍ଲାଙ୍କ ନାମ ୨୫ଟି ସ୍କୁଲର ତାଲିକାରେ ଥିଲା । ବିଭାଗ ତୁରନ୍ତ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ବେସିକ ଶିକ୍ଷା ବିଭାଗ ଅନୁସାରେ ଏବେ ଶିକ୍ଷକଙ୍କ ଡିଜିଟାଲ ଡାଟାବେସ ପ୍ରସ୍ତୁତ କରାଯାଉଛି । ଏହି ପ୍ରକ୍ରିୟା ସମୟରେ କେଜିବିଭିରେ କାର୍ଯ୍ୟରତ ପୂର୍ଣ୍ଣକାଳୀନ ଶିକ୍ଷିକା ଆମେଥୀ, ଆମ୍ବେଦକରନଗର, ରାୟବରେଲି, ପ୍ରୟାଗରାଜ, ଆଲିଗଡ ଓ ଅନ୍ୟ ଜିଲ୍ଲାରେ ଏକକାଳୀନ ୨୫ଟି ସ୍କୁଲରେ କାମକରୁଥିବା ଜଣାପଡ଼ିଥିଲା । ବିଭାଗ ତରଫରୁ ଅନାମିକାଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । 

 

  • Tags:

Subscribe

National International State Sports Entertainment