ହର୍ଦୋଇ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ହର୍ଦୋଇରେ ଅବସରପ୍ରାପ୍ତ ହୋମଗାର୍ଡ ଓ ତାଙ୍କର ପତ୍ନୀଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଏହି ଡବଲ ମର୍ଡର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ଘଟଣା ସପଂର୍କରେ ସୂଚନା ମିଳିବା ପରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ପୁଲିସକୁ ଅପରାଧୀଙ୍କ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ । ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୁଲିସ ମାମଲା ରୁଜୁ କରି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ।
ବଧୌଲି ଅଞ୍ଚଳର କାଇମଉ ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତ ଦଂପତି ଘରେ ଏକାକୀ ରହୁଥିଲେ । ସେମାନଙ୍କର ପୁଅ-ବୋହୂ ଦିଲ୍ଲୀରେ କାମ କରନ୍ତି । ସଂପର୍କୀୟଙ୍କ କହିବା ଅନୁସାରେ ତାଙ୍କର କାହାରି ସହିତ ଶତ୍ରୁତା ନ ଥିଲା । ଘରୁ ଲୁଟ ସଂପର୍କିୀ କୌଣସି ଘଟଣା ବି ଘଟିନାହିଁ । ତେଣୁ ପୁଲିସକୁ ଘଟଣାର ତଦନ୍ତ ପାଇଁ କଡ଼ା ଚ୍ୟାଲେଞ୍ଜ ନେବାକୁ ପଡ଼ିଛି ।