ହାଥରସ: ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାରେ ଗଳା କାଟି ହତ୍ୟା କରାଯିବାର ଘଟଣା ସାମ୍ନା ଆସିଛି। ଆଶୀର୍ବାଦ ଧାମ କଲୋନୀରେ ଶିକ୍ଷକ ଛୋଟେ ଲାଲ୍ ଗାଉତମଙ୍କର ଦୁଇ ମାସୁମ୍ ବେଟିଙ୍କୁ ଜଘନ୍ୟ ହତ୍ୟା କରାଯାଇଛି। ଏହି ଲୋମ ଟାଙ୍କୁରା ହତ୍ୟା ଘଟଣାକୁ କେହି ଅନ୍ୟ ନୁହେଁ, ବରଂ ତାଙ୍କର ସଂପର୍କୀୟ ଭାଇ ବିକାଶ କରିଛି। ଯିଏ ତାର ସାଙ୍ଗ ସହିତ ମିଶି ଘଟଣା ଘଟାଇଛି।
ବିକାଶ ଓ ତାର ସାଙ୍ଗ ବୁଧବାର ରାତି ୯ଟାରେ ଛୋଟେ ଲାଲଙ୍କ ଘରକୁ ଆସିଥିଲେ। ଖାଇବା ପରେ ଶୋଇଥିଲେ। ଏହାରି ମଧ୍ୟରେ ରାତି ବଢ଼ିଥିଲା। ଦୁଇ ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ୧୩ ବର୍ଷୀୟ ସୃଷ୍ଟି ଓ ୭ ବର୍ଷୀୟ ବିଧିଙ୍କୁ ଗଳା କାଟି ହତ୍ୟା କରିଥିଲେ। ଏହା ପରେ ଶିକ୍ଷକ ଓ ତାଙ୍କର ପତ୍ନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ ମୃତଦେହ ଜବତ କରିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଅଭିଯୁକ୍ତମାନେ ଫେରାର ଅଛନ୍ତି।
ହାଥରସ ପୁଲିସ ଅଧୀକ୍ଷକ ଚିରଂଜୀବ ନାଥ ସିହ୍ନା କହିଛନ୍ତି, ଗୌତମଙ୍କ ପୁତୁରା ବିକାଶ ଜାନୁଆରୀ ୨୨ ରାତି ଜଣେ ସାଙ୍ଗ ସହିତ ଆସିଥିଲା। ରାତି ପାଖାପାଖି ୯ଟାରେ ସମସ୍ତେ ଭୋଜନ କରିଥିଲେ। ମଧ୍ୟ ରାତ୍ରୀ ପ୍ରାୟ ୧ଟା ୩୦ରୁ ୨ ଟା ମଧ୍ୟ ବିକାଶ ଓ ତାର ସାଙ୍ଗ ଦୁଇ ଭଉଣୀଙ୍କର ଗଳା କାଟି ଥିଲେ। ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଗୌତମ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଅଭିଯୁକ୍ତମାନେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।