ନୂଆଦିଲ୍ଲୀ, ଜୁଲାଇ ୮ (ଖବର ଓଡ଼ିଶା):
ବାୟୁ ଦ୍ବାରା କରୋନା ଭାଇରସ୍ ବ୍ୟାପୁଥିବା ସ୍ବୀକାର କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ।
କରୋନା ବାୟୁବାହିତ ହୋଇ ଲୋକମାନଙ୍କ ଦେହକୁ ବ୍ୟାପୁଛି ବୋଲି କିଛି ବୈଜ୍ଞାନିକ ପ୍ରମାଣ କରିବା ସହ କୋଭିଡ୍-୧୯ ସଂକ୍ରମଣ ଗାଇଡାନ୍ସ୍ ନୂଆ କରି କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ଦାବି କରିଥିଲେ।ତେବେ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋଭିଡ୍-୧୯ ମହାମାରୀର ବୈଷୟିକ ନେତୃତ୍ବ ନେଉଥିବା ମାରିଆ ଭ୍ୟାନ୍ କେର୍ଖୋଭ୍ କହିଛନ୍ତି, କୋଭିଡ୍-୧୯ ବିସ୍ତାରର ଅନ୍ୟତମ ମାଧ୍ୟମ ଭାବେ ଆମେ ବାୟୁବାହିତ ଓ ବାୟୁମିଶ୍ରିତ ସଂକ୍ରମଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ର ପୂର୍ବରୁ ମତ ଥିଲା ଯେ, ଏହି ରୋଗ ସଂକ୍ରମଣ ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିର ନାକ , ପାଟିରୁ ବାହାରୁ ଥିବା ଅତି ସୂକ୍ଷ୍ମ ଜଳକଣା ଦ୍ବାରା ଜଣେ ଲୋକ ଠାରୁ ଅନ୍ୟ ଜଣେ ଲୋକ ଶରୀରରେ ପ୍ରବେଶ କରୁଛି। ଏହି ସୂକ୍ଷ୍ମ ଜଳକଣା କାଶ, ଛିଙ୍କ ବା କଥାବାର୍ତ୍ତା ଦ୍ବାରା ଦେହରୁ ବାହାରକୁ ଆସି ତୁରନ୍ତ ମାଟିରେ ମିଶିଯାଇଥାଏ। ୩୨ ଦେଶର ୨୩୯ ଜଣ ବୈଜ୍ଞାନିକ କରୋନାଭାଇରସ୍ ସଂକ୍ରମଣର ମାଧ୍ୟମ ଉପରେ ଗବେଷଣା କରିଛନ୍ତି ।
ଜଣେ କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତି ଛିଙ୍କିବା ପରେ ବାହାରୁ ଥିବା ବଡ଼ ଆକାର ବା ଛୋଟ ଆକାର ଜଳକଣା ବାୟୁରେ ଉଡ଼ି ବୁଲେ ଏବଂ ଲୋକେ ସେ ବାୟୁ ନିଃଶ୍ବାସରେ ଗ୍ରହଣ କରି ସଂକ୍ରମିତ ହୁଏ ବୋଲି ସମ୍ପୃକ୍ତ ବୈଜ୍ଞାନିକମାନେ କହିଛନ୍ତି।