ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ଦିନ ଦେଶର ବିଭିନ୍ନ ହାଇକୋର୍ଟରେ ଆଠ ଜଣ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ସେମାନଙ୍କୁ ସୁପାରିସ କରିବାର କିଛି ଦିନ ପରେ ଏହି ନିଯୁକ୍ତି ଦିଆଯାଇଛି।
ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ବର୍ତ୍ତମାନର ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାଲୁରୀ କାମେଶ୍ୱର ରାଓଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଛି। ବମ୍ବେ ହାଇକୋର୍ଟର ବିଚାରପତି ରବୀନ୍ଦ୍ର ଭି. ଘୁଗେ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ।
ଆଠ ଜଣ ମୁଖ୍ୟ ବିଚାରପତି ନିଯୁକ୍ତ
ବିଚାରପତି ଭାଲୁରୀ କାମେଶ୍ୱର ରାଓ (ଦିଲ୍ଲୀ ହାଇକୋର୍ଟ) – ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି
ବିଚାରପତି ରବିନ୍ଦ୍ର ଭି. ଘୁଗେ (ବମ୍ବେ ହାଇକୋର୍ଟ) – କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି
ବିଚାରପତି ସଞ୍ଜୟ କୁମାର ଅଗ୍ରୱାଲ (ଛତିଶଗଡ଼ ହାଇକୋର୍ଟ) – ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି
ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠି (ଆଲ୍ଲାହାବାଦ ହାଇକୋର୍ଟ) – ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି
ବିଚାରପତି ଅଶ୍ୱନୀ କୁମାର ମିଶ୍ର (ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ) – ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି
ବିଚାରପତି କୃଷ୍ଣ ରାମ ମହାପାତ୍ର (ଓଡିଶା ହାଇକୋର୍ଟ) – ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି
ବିଚାରପତି ଅଳ୍ପେଶ ଯଶୋବନ୍ତ କୋଗ୍ଜେ (ଗୁଜରାଟ ହାଇକୋର୍ଟ) – ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି
ବିଚାରପତି ପୁଷ୍ପେନ୍ଦ୍ର ସିଂହ ଭାଟି (ରାଜସ୍ଥାନ ହାଇକୋର୍ଟ) – ଜମ୍ମୁ କଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି
ଅଧିକ ପଢ଼ନ୍ତୁ: ଇରାନରେ ବଡ଼ ସଡ଼କ ଦୁର୍ଘଟଣା: ହାଇୱେରେ ଧକ୍କା ପରେ ତେଲ ଟ୍ୟାଙ୍କର ବିସ୍ଫୋରଣ