ହାଇଦ୍ରାବାଦ୍: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଶନିବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜୀବ ଗାନ୍ଧୀ ସିଭିଲ ଅଭୟହସ୍ତମ ଯୋଜନାରେ ରାଜ୍ୟ ସରକାର ସଂଘ ଲୋକ ସେବା ଆୟୋଗ (ୟୁପିଏସ୍ସି) ଦ୍ବାରା ପରିଚାଳିତ ପ୍ରିଲିମ୍ସ ପରୀକ୍ଷା ପାସ୍ କରୁଥିବା ପ୍ରାର୍ଥୀଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବେ। ଏହି ଯୋଜନାର ଉଦ୍ଦେଶ୍ୟ ହେଲା ଯୁବଗୋଷ୍ଠୀଙ୍କୁ ୟୁପିଏସ୍ସି ମୁଖ୍ୟ ପରୀକ୍ଷାରେ ସହଯୋଗ ପ୍ରଦାନ କରିବା।
ଯୋଜନାରୁ ଲାଭ ଉଠାଇବା ପାଇଁ ପ୍ରାର୍ଥୀଙ୍କୁ ସାଧାରଣ (ଇଡବ୍ଲ୍ୟୁଏସ୍) ବିସି, ଏସ୍ସି ଅଥବା ଏସ୍ଟି ଶ୍ରେଣୀର ହୋଇଥିବା ଆବଶ୍ୟକ। ଏତଦ୍ ବ୍ୟତୀତ ସଂପୃକ୍ତ ପ୍ରାର୍ଥୀ ତେଲେଙ୍ଗାନାର ସ୍ଥାୟୀ ନିବାସ ପ୍ରମାଣପତ୍ର ରହିବା ଦରକାର। ସେହିପରି ପରିବାରର ଆୟ ୮ ଲକ୍ଷ ଟଙ୍କାରୁ କମ ହେବା ଉଚିତ। ସରକାର ନିୟମ ଅନୁସାରେ ଯୋଗ୍ୟ ପ୍ରାର୍ଥୀଙ୍କୁ କେବଳ ଗୋଟିଏ ଥର ଆର୍ଥିକ ସହାୟତା ଦିଆଯାଇପାରିବ। କେନ୍ଦ୍ର, ରାଜ୍ୟ ଅଥବା ସରକାରୀ କ୍ଷେତ୍ର ସଂଗଠରେ ସ୍ଥାୟୀ ପଦରେ କାର୍ଯ୍ୟରଥ ପ୍ରାର୍ଥୀଙ୍କୁ ଏହି ଯୋଜନାରୁ ଲାଭ ମିଳିପାରିବ ନାହିଁ।
ଯୋଜନାର ଆରମ୍ଭ କରି ରେବନ୍ତ ରେଡ୍ଡୀ କହିଛନ୍ତି, ଟିଜିପିଏସ୍ସି ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ କାରଣ ଗତ ୧୦ ବର୍ଷରେ ବେରୋଜଗାର ଯୁବକଙ୍କୁ ବହୁ କ୍ଷତି କରିଛି। ଏଥି ପାଇଁ ଆମ ସରକାର ବେରୋଜଗାରଙ୍କ ସମସ୍ୟା ଦୂର କରିବା ପାଇଁ ନିଜର ସର୍ବେଚ୍ଚ ପ୍ରାଥମିକତା ଦେଇଛନ୍ତି। କ୍ଷମତାକୁ ଆସିବା ପରେ ୩ମାସରେ ୩୦୦୦୦ ପଦବି ପୂରା ପରିବାକୁ ନିର୍ଦ୍ଦେଶ ଦେଇଛନ୍ତି।