ଭୁବନେଶ୍ୱର, ଜାନୁଆରୀ ୧୯ (ଖବର ଓଡ଼ିଶା): ଭୁବନେଶ୍ୱର, ଜାନୁଆରୀ ୧୯ (ଖବର ଓଡ଼ିଶା):
ରାଜ୍ୟରେ ବିଭିନ୍ନ ଘରୋଇ ସ୍କୁଲ୍ ଗୁଡିକ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷାରେ ମାର୍କ ବଢାଇବା ପାଇଁ ଅଧିକ ଫି ଦାବି କରୁଥିବା ଅଭିଯୋଗ ହେବା ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଥିଲା । ଏବେ ସୁପ୍ରିମକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରି ସ୍କୁଲ୍ ଗୁଡିକୁ ଜବାବ ତଲବ କରିଛନ୍ତି । ଖବର ମୁତାବକ ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ବିଦ୍ୟାଳୟର ୨୪ ଜଣ ଛାତ୍ର ସେମାନଙ୍କ ଶ୍ରେଣୀରେ ଦଶମ ଶ୍ରେଣୀରେ ଭଲ ମାର୍କ ପାଇବାକୁ ଉକ୍ତ ବିଦ୍ୟାଳୟରେ ୧୧ ଶ୍ରେଣୀରେ ଆଡମିଶନ ନେବାକୁ ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି।
ଏପରିକି ଛାତ୍ରଛାତ୍ରୀମାନେ ଏହି ମାମଲାକୁ ସୁପ୍ରିମକୋର୍ଟକୁ ମଧ୍ୟ ନେଇଥିଲେ । ସେମାନଙ୍କ ନିବେଦନ ଶୁଣି ସୋମବାର କୋର୍ଟ ଘରୋଇ ବିଦ୍ୟାଳୟରୁ ଟଙ୍କା ମାଗିବା ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଅଯଥା ଚାପ ପକାଇବା ଅଭିଯୋଗରେ ଉତ୍ତର ମାଗିଛନ୍ତି। ଖବର ସରବରାହ ସଂସ୍ଥା ପିଟିଆଇ ସୂଚନା ମୁତାବକ ଜଷ୍ଟିସ ଏ ଏମ ଖାନୱିଲକରଙ୍କ ନେତୃତ୍ୱରେ ଏକ ବେଞ୍ଚ ଛାତ୍ରଙ୍କ ଓକିଲଙ୍କ ଦାଖଲ ପିଟିସନ ଉପରେ ଶୁଣାଣି କରି ଭୁବନେଶ୍ୱରର ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲକୁ ନୋଟିସ ଜାରି କରିଛି।
ଫେବୃଆରୀ ୧୪ ରେ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ଓକିଲ ମମତା ଶର୍ମାଙ୍କ ଜରିଆରେ ସୁଭାଷୀଶ ବେହେରାଙ୍କ ସମେତ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଥିବା ପିଟିସନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ସିବିଏସଇ ଏବଂ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ। ଏହି ପିଟିସନରେ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ଯେଉଁମାନେ ବିଦ୍ୟାଳୟର ଦାବିକୁ ସହମତ କରିଥିଲେ, ସେମାନଙ୍କୁ ଭଲ ମାର୍କ ଦିଆଯାଉଥିବାବେଳେ ବିଦ୍ୟାଳୟର ନିର୍ଦ୍ଦେଶକୁ ବିରୋଧ କରୁଥିବା ଛାତ୍ରଛ।।ତ୍ରୀଙ୍କୁ ମାର୍କକୁ ବେଆଇନ ଭାବେ କଟାଯାଇଥିଲା।