ଚଳିତ ବର୍ଷ ୩୪ ଏକରରେ ହେବ ବାଲିଯାତ୍ରା ଉତ୍ସବ, ଏନଜିଟିଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟ ଆରମ୍ଭ
Khabar Odisha:Baliyatra-festival-to-be-held-on-34-acres-this-year-work-started-after-NGTs-order
କଟକ,ସେପ୍ଟେମ୍ବର 23(ଖବର ଓଡ଼ିଶା):

ଚଳିତ ବର୍ଷ ୩୪ ଏକରରେ ହେବ ବାଲିଯାତ୍ରା ଉତ୍ସବ । ଏନେଇ କଟକ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି । ବିଏଆରଏଫଆଇ  ପ୍ରକଳ୍ପକୁ ନେଇ  ଏନଜିଟି ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତ ନିଆଯାଇଛି ।

ସବୁଜ ବଳୟ ନେଇ ଏନଜିଟିଙ୍କ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନି ସୁଚନା ଦେଇଛନ୍ତି ।

ସୁଚନା ଅନୁସାରେ ମହାନଦୀ ଶଯ୍ୟାକୁ ବେଆଇନ ଭାବେ ଏନ୍‌ଜିଟିର ଗାଇଡଲାଇନ୍ ଉଲ୍ଲଘଂନ କରି ପୋତା ଯାଇଛି ବୋଲି ଦର୍ଶାଇ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍‌ରେ ଦୁଇଟି ପୃଥକ୍ ମାମଲା ଦାୟର ହୋଇଥିଲା।

ଏନ୍‌ଜିଟି ମାମଲାର ଶୁଣାଣି କରି ଏକ ୭ଜଣିଆ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟି ମହାନଦୀ ପଠା ଓ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ଏନ୍‌ଜିଟିରେ ରିପୋର୍ଟ ଦାଖଲ କରିଥିଲା।

  • Tags:

Subscribe

National International State Sports Entertainment