ନିଜ ସାଙ୍ଗ ଅରବାଜ ଠାରୁ ଡ୍ରଗ୍ସ ନେଉଥିଲେ ଆର୍ଯ୍ୟନ, କୋର୍ଟରେ କହିଲା ଏନସିବି
Khabar Odisha:Aryan-was-taking-drugs-from-his-friend-Arbaaz-the-ncb-told-the-court
ମୁମ୍ବାଇ, ଅକ୍ଟୋବର ୧୩(ଖବର ଓଡିଶା):

ମୁମ୍ବାଇ ଡ୍ରଗ୍ସ ମାମଲାରେ ଗିରଫ ଆର୍ଯ୍ୟନ ଖାନଙ୍କ ସମେତ ୭ ଅଭିଯୁକ୍ତଙ୍କୁ ଜାମିନ ଆବେଦନ ଉପରେ ମୁମ୍ବାଇର ଅଦାଲତରେ ଆଜି ଶୁଣାଣି ହେବ । ବୁଧବାର ଦିନ ନାକୋର୍ଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କୋର୍ଟରେ ଜବାବ ଦାଖଲ କରିଛି । ଏନସିବି କହିଛି ଯେ ଆର୍ଯ୍ୟନ ଖାନଙ୍କ ପାଖରୁ ଡ୍ରଗ୍ସ ମିଳିନି କିନ୍ତୁ ସେ ଏଥିରେ ସାମିଲ ଥିଲେ । 

ମାଜିଷ୍ଟ୍ରେଟ କୋର୍ଟଙ୍କ ତରଫରୁ ଆବେଦନ ଖାରଜ କରାଯିବା ପରେ ବୁଧବାର ଦିନ ସ୍ୱତନ୍ତ୍ର ଅଦାଲତରେ ଅପରାହ୍ନରେ ଜାମିନ ଆବେଦନ ଶୁଣାଣି ହେବ । ଅଧିକାରର ଅଭାବ ଦର୍ଶାଇ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ ଆବେଦନ ଖାରଜ କରିଥିଲେ । ଏନସିବି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନକୁ ବିରୋଧ କରିପାରେ ବୋଲି କୁହାଯାଇଛି । 

ସେହିପରି ଯାଞ୍ଚ ଏଜେନ୍ସି ଏହି ମାମଲାରେ ନୂଆ ସୁରାକ ପାଇଛି । ବୁଧବାର କୋର୍ଟରେ ଏନସିବି ପକ୍ଷରୁ ଜବାବ ଦାଖଲ କରାଯାଇଛି । ଏହି ଷଡଯନ୍ତ୍ରରେ ଆର୍ଯ୍ୟନ ଖାନ ସମ୍ପୃକ୍ତ ଥିବା ଏଜେନ୍ସି କହିଛି ।

  • Tags:

Subscribe

National International State Sports Entertainment