କଳାହାଣ୍ଡି, ଏପ୍ରିଲ ୮ (ଖବର ଓଡ଼ିଶା): ରାଜ୍ୟରେ ବିକାଶ କଥା କହିଲେ ରାଜ୍ୟ ସରକର ପୋଥି ପତ୍ର ଖୋଲି ହିସାବ ଦେଉଛନ୍ତି ହେଲେ ବିକାଶ ର ଏମିତି ବିକଳ ଚିତ୍ର ସାମ୍ନାକୁ ଆସିଲା ବେଳେ ମୁହଁରୁ ବଚନ ବାହାରୁନି ।
ଆଜି ବି ରାଜ୍ୟରେ ଖଟିଆରେ ବୁହା ହେଉଛନ୍ତି ରୋଗୀ । ଗର୍ଭବତୀ ହୁଅନ୍ତୁ କି ଅନ୍ୟ କୌଣସି ଗୁରୁତର ରୋଗୀ ଏବେବି ସେମାନଙ୍କ ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଆଜି ବି ସେମିତି ଏକ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି ନବରଙ୍ଗପୁରରୁ ।
କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳ ରେ ଗାଁ କୁ ରାସ୍ତା ନଥିବାରୁ ପ୍ରାୟ ଦେଢ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ । ଏହାପରେ ବୋଟ୍ ପାର ହୋଇ ଅସହ୍ୟ ଯନ୍ତ୍ରଣା ସହି ଗର୍ଭବତୀ ଜଣଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ ଗ୍ରାମବାସୀ ଓ ପରିବାର ଲୋକ ।
ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ୍ ଅନ୍ତର୍ଗତ ତେନ୍ତୁଳୀପଦର ଗାଁର ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆଶା ଦିଦିଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମାତ୍ର ତେନ୍ତୁଳୀପଦର ପର୍ଯ୍ୟନ୍ତ ରାସ୍ତା ନଥିବାରୁ ଖଟିଆରେ ପ୍ରାୟ ଦେଢ କିମି ବୁହା ହେବା ପରେ ବୋଟ୍ନ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ନିଆଯାଇଛି । ଗର୍ଭବତୀ ଜଣଙ୍କ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଉଭୟ ମାଓ ଶିଶୁ ସୁସ୍ଥ ଥିବା ଜଣା ପଡିଛି ।
ଏତେ ସବୁ ପରେ ବି ରାଜ୍ୟ ସରକାର କେଉଁ ବିକାଶର ସାବାସି ନେଇଛନ୍ତି ତାହା ଏବେବି ବଡ଼ ପ୍ରଶ୍ନ!