ଆମ୍ବେଦକର ନଗର: ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏତିରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ନିୟନ୍ତ୍ରଣ ବାହାରେ କାରଟି ଉପସ୍ଥିତ ଲୋକଙ୍କ ଉପରେ ଚଢ଼ିଯାଇଥିଲା।
କାର ନିୟନ୍ତ୍ରଣ ହରାଇବା ପୂର୍ବରୁ ସେଠାରେ ଦୁଇଟି ବାଇକ୍ ଧକ୍କା ହୋଇଥିଲା, ଯେଉଁଥିରେ ଉଭୟ ଆରୋହୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ଲୋକମାନେ ଆହତମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ।
ଏହି ସମୟରେ, ଏକ ଦ୍ରୁତଗାମୀ କାର ଉପସ୍ଥିତ ଲୋକଙ୍କୁ ଚାପି ଦେଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ୫ଟି ରାଜ୍ୟର ଫଳାଫଳ ଆଜି ହେବ ଘୋଷଣା